ବ୍ରଜରାଜନଗର,୧୩ା୨(ଡି.ଏନ୍.ଏ.): ନବଦାସ ହତ୍ୟା ମାମଲାରେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସ ପୁଣି ଜେଲ୍ ଯାଇଛନ୍ତି। ଗୋପାଳଙ୍କୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି। ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ।
ରବିବାର ବିଳମ୍ବିତ ରାତିରେ ଗୋପାଳଙ୍କୁ ଝାରସୁଗୁଡ଼ା ଅଣାଯାଇ ବିମାନବନ୍ଦର ଥାନାରେ ରଖାଯାଇଥିଲା। ପରେ ଓଏସ୍ଏପି ଦ୍ବିତୀୟ ବାଟାଲିଅନକୁ ନେଇ କ୍ରାଇମବ୍ରାଞ୍ଚ ଜେରା କରିଥିଲା। ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ ଗୋପାଳଙ୍କୁ ଝାରସୁଗୁଡ଼ାରୁ ଗୁଜରାଟର ଗାନ୍ଧୀନଗର ନିଆଯାଇଥିଲା।