୩୧ରେ ଗୋପାଳପୁର ବେଳାଭୂମି ମନା

ଛତ୍ରପୁର,୨୮ା୧୨(ଡି.ଏନ୍‌.ଏ.): ଚଳିତବର୍ଷର ଶେଷଦିନ ଅର୍ଥାତ୍‌ ୩୧ତାରିଖ (ଗୁରୁବାର) ଗୋପାଳପୁର ବେଳାଭୂମିକୁ ଯିବା ମନା ହୋଇଛି। କାହାରିକୁ ସେଠାକୁ ଛଡ଼ାଯିବନି ବୋଲି ରବିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏଥିସହ ବାହାରେ ଜିରୋନାଇଟ୍‌ ପାଳନ କରିବାକୁ ନିଷେଧ କରାଯାଇଥିବା କହିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ଗୋଟିଏ ସ୍ଥାନରେ ଭିଡ଼ ଯେଭଳି ନ ହେବ ସେଥିଲାଗି ଏପରି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ସୋମବାର ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ସମେତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଏବଂ ପାର୍କ ଆଦି ଜନସାଧାରଣଙ୍କ ପାଇଁ ଖୋଲିବା ନେଇ ଏକ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜିଲାପାଳ କହିଛନ୍ତି। ଏସ୍‌ଓପି ଆଣି ମନ୍ଦିର, ଧାର୍ମିକ ଅନୁଷ୍ଠାନ ଓ ପାର୍କ ଆଦି ଖୋଲିବ। ମାତ୍ର ଏ ନେଇ ସମସ୍ତ ଅଧିକାରୀ ଓ ଅନ୍ୟମାନଙ୍କ ପରାମର୍ଶ ନେଇ ସୋମବାର ବୈଠକରେ ନିଷ୍ପତ୍ତିି ଗ୍ରହଣ କରାଯିବ ବୋଲି ସୂଚନା ମିିଳିଛି।