ଭୁବନେଶ୍ୱର,୩ା୧୨- ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧ ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଗୁରୁବାର ସନ୍ଧ୍ୟାବେଳେ ପ୍ରଦୀପଙ୍କୁ ତାଙ୍କ ବାସଭବନରୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ଏହା ପରେ ତାଙ୍କ ପତ୍ନୀ ସରକାରଙ୍କ ଉପରେ ଅଭିଯୋଗ ଆଣିଥିଲେ। ଏହାର କିଛି ସମୟ ପରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ।