ଛତ୍ରପୁର,୨୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାପ୍ରଶାସନକୁ ଗୋପାଳପୁର ପୋର୍ଟ ପକ୍ଷରୁ ୪୫ଟି ଅକ୍ସିଜେନ କନ୍ସନ୍ଟ୍ରେଟର ପ୍ରଦାନ କରାଯାଇଛି। ଏନେଇ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପି.ଡି. ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିପାଇଁ ପୋର୍ଟ କର୍ତ୍ତୃପକ୍ଷଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଏହା କରୋନା ମହାମାରୀ ଲଢ଼େଇରେ ସହାୟକ ହେବ ବୋଲି କହିଛନ୍ତି।