ଛତ୍ରପୁର,୨୯ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡିକୁ ମାଲ ପରିବହନ ନେଇ ବ୍ୟବସ୍ଥା କରିବାକୁ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ା ଅନ୍ୟପକ୍ଷରେ ସଂଘର ଅନ୍ୟାନ୍ୟ ଦାବି ସମ୍ପର୍କରେ ଗତ ୨୧ ତାରିଖରେ ଗଞ୍ଜାମ ଜିଲାପାଳ, ଏସ୍ପି, ଗଞ୍ଜାମ ଆର୍ଟିଓ, ଛତ୍ରପୁର ତହସିଲଦାରଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ଦାବିଗୁଡିକ ପୂରଣ ନ ହେଲେ ଫେବୃୟାରୀ ୧ରୁ ସଂଘ ପକ୍ଷରୁ ବିଭିନ୍ନ ପ୍ଲାଣ୍ଟରୁ ଆସୁଥିବା ଟ୍ରକ୍ଗୁଡିକୁ ଅଟକାଇ ରାସ୍ତା ଅବରୋଧ କରାଯିବାକୁ ସ୍ମାରକପତ୍ରରେ ଦର୍ଶାଯାଇଥିଲା ବୋଲି ରବିବାର ସଂଘ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ଖବରଦାତା ସମ୍ମିଳନୀରେ ସଂଘ ସଭାପତି ଶିବାନୀ ଶଙ୍କର ଦଳାଇ, ଉପସଭାପତି ଏସ.ଧର୍ମରାଜୁ ରେଡ୍ଡୀ, ସମ୍ପାଦକ ଜି.ଭାସ୍କର ରେଡ୍ଡୀ, କୋଷାଧ୍ୟକ୍ଷ ଆର.ମୁନା ରାଓ, କାର୍ଯ୍ୟକାରୀ ସଦସ୍ୟ ଭଗବାନ ନାହାକ, ସୁରେନ୍ଦ୍ର ସେଠୀ, ବାବୁଲି ବିଶ୍ୱାଳ, ରାଜେନ୍ଦ୍ର ନାହାକ ଓ ଚନ୍ଦନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ା