ବିବାହ ପରେ ‘ଗୋପୀ ବୋହୂ’ଙ୍କ ମୁଦି ଖୋଜା ରୀତିନୀତି, ଏଥିରେ କିଏ ଜିତିଲେ ଜାଣନ୍ତୁ…

ଛୋଟପରଦାର ‘ଗୋପୀ ବୋହୂ’ ରିଲ୍‌ରୁ ରିଏଲରେ ମଧ୍ୟ ବୋହୂ ହୋଇ ଯାଇଛନ୍ତି। ଅର୍ଥାତ୍‌ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ୧୪ ଡିସେମ୍ବରରେ ତାଙ୍କ ଜିମ୍‌ ପ୍ରଶିକ୍ଷକ ଶାହାନଓ୍ବାଜ ଶେଖଙ୍କୁ ବିବାହ କରିଥିଲେ। ଏହି ଅଭିନେତ୍ରୀ ମୁମ୍ବାଇଠାରୁ ଦୂରରେ ଥିବା ଲୋନାଭାଲାରେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ କୋର୍ଟ ମ୍ୟାରେଜ କରିଥିଲେ। ଅଭିନେତ୍ରୀଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏବେ ଅଭିନେତ୍ରୀଙ୍କ ବିବାହ ପରବର୍ତ୍ତୀ ସମାରୋହର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେବୋଲିନା ସ୍ବାମୀ ଶାହାନଓ୍ବାଜଙ୍କ ସହ ରିଙ୍ଗ ଖୋଜିବାର ରୀତିନୀତି କରୁଥିବା ନଜର ଆସିଛନ୍ତି। ରିଙ୍ଗ୍‌ ବା ମୁଦି ଖୋଜିବା ପାଇଁ ଉଭୟଙ୍କ ମଧ୍ୟରେ ଏକ ମଜାଦାର ଖେଳ ହୋଇଥିଲା। ଏଥିରେ ଦେବୋଲିନା ଜିତିଯାଇଥିଲେ।

ସେ ଏକ ଧୂସର ରଙ୍ଗର ଶାଢ଼ି ପିନ୍ଧିଥିବା ନଜର ଆସିଥିଲେ। କେବଳ ଏତିକି ନୁହେଁ, ସେ ମଥାରେ ସିନ୍ଦୂର, ହାତରେ ଚୁଡ଼ି, ମେହେନ୍ଦୀ ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧିଥିବା ନଜର ଆସିଛନ୍ତି। ଶାହାନଓ୍ବାଜ ଏକ କୋର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଉଭୟେ ପରସ୍ପରକୁ ତିନିବର୍ଷ ଧରି ଡେଟ୍‌ କରୁଥିଲେ କିନ୍ତୁ ଏ ବିଷୟରେ କେହି ଜାଣି ନ ଥିଲେ।

ବୁଧବାର ବିଳମ୍ବିତ ରାତିରେ ଦେବୋଲିନା ଏହି ଫଟୋଗୁଡ଼ିକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ତୁମେ ମୋର ଯନ୍ତ୍ରଣା ଏବଂ ପ୍ରାର୍ଥନାର ଉତ୍ତର। ଆଇ ଲଭ୍‌ ୟୁ ଶୋନୁ। ଯଦିଓ ତୁମେ ଆଲୋକ ଖୋଜୁଛ, ତୁମକୁ ସେମିତି ମିଳିବ ନାହିଁ। ମିଷ୍ଟ୍ରିୟସ୍‌ ମ୍ୟାନ ତଥା ପ୍ରସିଦ୍ଧ # ଶୋନୁ ତୁମେ ସମସ୍ତଙ୍କୁ ଜିତିଗଲ।

Share