Categories: ଜାତୀୟ

ଗୋପିଚନ୍ଦ ନାରଙ୍ଗଙ୍କ ପରଲୋକ

ନୂଆଦିଲ୍ଲୀ/ୱାଶିଂଟନ,୧୬ ।୬: ପ୍ରତିଷ୍ଠିତ ଉଦ୍ଧ୍ୱୁର୍ ସାହିତ୍ୟିକ ଗୋପିଚନ୍ଦ ନାରଙ୍ଗଙ୍କର ପରଲୋକ ହୋଇଛି । କୁହାଯାଉଛି କି କିଛି ଦିନ ଦିନ ହେବ ସେ ଅସୁସ୍ଥ ଥାଇ ଆମେରିକାରେ ଚିକିତ୍ସିତ ହେଉଥିଲେ । ସେହିଠାରେ ହିଁ ତାଙ୍କର ପରଲୋକ ହୋଇଛି । ଊଦ୍ଦ୍ୱୁର୍ ସାହିତ୍ୟ ପାଇଁ ଦେଶ ବିଦେଶରେ ନାରଙ୍ଗ ବେଶ ପରିଚିତ ଥିଲେ । ଏଥିପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ସହ ପଦ୍ମ ଭୂଷଣ ସମ୍ମାନରେ ବି ସମ୍ମାନୀତ କରାଯାଇଥିଲା । ଉଦ୍ଧ୍ୱୁର୍ ବ୍ୟତୀତ ସେ ଅନ୍ୟ କିଛି ଭାଷରେ ବି କିଛି ପୁସ୍ତକ ରଚନା କରିଛନ୍ତି ।

ଗୋପିଚନ୍ଦ ନାରଙ୍ଗ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଆମେରିକାର ଉତ୍ତର କୈରୋଲିନାରେ ରହୁଥିଲେ । ଗୋପିଚନ୍ଦଙ୍କ ପରଲୋକ ଖବର ତାଙ୍କ ପୁଅ ଦେଇଛନ୍ତି । ଗୋବିଚନ୍ଦ ନାରଙ୍ଗ ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ ଷ୍ଟିଫେନ କଲେଜରୁ ତାଙ୍କର ଶିକ୍ଷା ସମାପ୍ତ କରିଛନ୍ତି । ଏହାପରେ ସେ ପ୍ରଫେସର ଭାବେ କାମ କରୁଥିଲେ । ସାହିତ୍ୟ ପାଇଁ ତାଙ୍କୁ ବହୁ ସମ୍ମାନ ମିଳିଛି । ତାଙ୍କ ପରଲୋକ ଖବର ମିଳିବା ପରେ ଗୋପିଚନ୍ଦଙ୍କୁ ଭଲପାଉଥିବା ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Share