ପଦ୍ମଶ୍ରୀ ଗ୍ରହଣ କଲେ ଗୋପୀନାଥ, ବିନୋଦ ପଶାୟତ

ଭୁବନେଶ୍ୱର,୨୨।୪(ଶର୍ମିଷ୍ଠା ପାଣିଗ୍ରାହୀ): ପଦ୍ମଶ୍ରୀ ଗ୍ରହଣ କଲେ ୨ ଓଡ଼ିଆ। କୃଷ୍ଣ ଲୀଳାର ସଙ୍ଗୀତକାର ଗୁରୁ ଗୋପୀନାଥ ସ୍ବାଇଁ ଓ ସମ୍ବଲପୁରର ନାଟ୍ୟକାର ତଥା ଗୀତିକାର ବିନୋଦ ପଶାୟତଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ପୁରସ୍କାରର ଏହା ପ୍ରଥମ ପର୍ଯ୍ୟାୟ। ଅନ୍ୟ ଏକ ପର୍ଯ୍ୟାୟରେ ଓଡ଼ିଶାର ଅନ୍ୟ ୨ଜଣ ପଦ୍ମଶ୍ରୀଙ୍କୁ ସମ୍ମାନିତ କରାଯିବ। ଚଳିତ ବର୍ଷ ଓଡ଼ିଶାରୁ ୪ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
ଲୋକକଳାର ବର୍ଷୀୟାନ ଗୁରୁ ଗୋପୀନାଥ ସ୍ବାଇଁ ୧୦୬ବର୍ଷ ବୟସରେ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି। କୃଷ୍ଣ ଲୀଳା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଗଞ୍ଜାମ ଜିଲା ସେରଗଡ଼ ବ୍ଲକର ଗୋବିନ୍ଦପୁର ଗ୍ରାମରେ ୧୯୧୮ରେ ଗୋପୀନାଥଙ୍କ ଜନ୍ମ। ୧୦ବର୍ଷ ବୟସରୁ ସେ କୃଷ୍ଣ ଲୀଳା ଶିଖିବା ଆରମ୍ଭ କରିଥିଲେ। କୃଷ୍ଣଙ୍କ ଅଭିନୟ କରିବା ସହ ଗୀତ ବୋଲୁଥିଲେ। ପରେ ସେ ଗୁରୁ ଭାବେ ଅନ୍ୟକୁ ଶିଖାଇବା ଆରମ୍ଭ କଲେ। ଲୋପ ପାଇଯାଉଥିବା ଅନେକ ରାଗକୁ ସେ ତାଙ୍କ ପ୍ରଦର୍ଶନରେ ପୁଣି ଉଜ୍ଜବୀତ କରିଛନ୍ତି। ଏବେ ବି ସେ ସୁସ୍ଥ ଅଛନ୍ତି ଓ ନିଜର କାର୍ଯ୍ୟ ଜାରି ରଖିଛନ୍ତି। ଲଗାତାର ୧୨ ଘଣ୍ଟା ଧରି ଗୀତ ଗାଇପାରୁଛନ୍ତି। ସେହିପରି ବିନୋଦ ପଶାୟତଙ୍କ ଜନ୍ମ ବଲାଙ୍ଗୀରରେ। ପରେ ସମ୍ବଲପୁରରେ ବାସ କଲେ। ସେ ଜଣେ ପ୍ରସିଦ୍ଧ ସମ୍ବଲପୁରୀ ଲେଖକ ଭାବେ ଜଣାଶୁଣା। ସେ ଅନେକ ସମ୍ବଲପୁରୀ ଗୀତ ଲେଖିଛନ୍ତି। ଏଥିସହ ଜଣେ ନାଟ୍ୟକାର ଭାବରେ ମଧ୍ୟ ପରିଚିତ ଲାଭ କରିଛନ୍ତି। ୧୯୮୧ରେ ରାଉରକେଲା  ଓ ୧୯୮୨ରେ ସମ୍ବଲପୁରରେ ମଞ୍ଚସ୍ଥ ହୋଇଥିବା ଉଖି ନାଟକ ସମ୍ବଲପୁରୀ ନାଟକ ଜଗତରେ ବିପ୍ଳବ ଆଣିପାରିଥିଲା। ସେ ଜଣେ ଆକାଶବାଣୀ ଗୀତିକାର। ଯେତେବେଳେ ସମ୍ବଲପୁର ରେଡ଼ିଓ ଷ୍ଟେଶନ ପ୍ରତିଷ୍ଠା ହେଲା ସେତେବେଳେ ଅନୁମୋଦିତ ଗୀତିକାରଙ୍କ ମଧ୍ୟରେ ସେ ପ୍ରଥମ ୫ଜଣଙ୍କ ମଧ୍ୟରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri