Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବଢିଲା

ଲକ୍ଷ୍ନୌ,୭।୪: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ଗୋରଖପୁର ମନ୍ଦିର ବାହାରେ ପିଏସି ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସବୁ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯିବା ସହ ଲକ୍ଷ୍ନୌରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସରକାରୀ ବାସଭବନର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି। କାଳିଦାସ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସିଆର୍‌ପିଏଫ୍‌ର ଦୁଇଟି ୟୁନିଟ ନିୟୋଜିତ କରାଯାଇଛି। ୨୪ ଘଣ୍ଟା ଧରି ଏହି ଦୁଇ ୟୁନିଟ୍‌ କାର୍ଯ୍ୟ କରିବ।
ଅନ୍ୟପକ୍ଷରେ ଗୋରଖନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ପୁନଃ ସମୀକ୍ଷା କରାଯାଇଛି। ଗୋରଖନାଥ ମନ୍ଦିର ଆକ୍ରମଣ ମାମଲାର ତଦନ୍ତ ସମ୍ପର୍କରେ ଏଟିଏସ ବିଭିନ୍ନ ସହରରୁ ଅନେକ ଲୋକଙ୍କୁ ଅଟକ ରଖିଛି। ଗିରଫ ସମସ୍ତ ଲୋକଙ୍କୁ ଅଜ୍ଞାତ ସ୍ଥାନରେ ପଚରାଉଚରା କରାଯାଉଛି। ମୁଖ୍ୟ ଆକ୍ରମଣକାରୀ ଅହମ୍ମଦ ମୋର୍ତେଜା ଅବ୍ବାସିଙ୍କ ଲାପଟପ, ବ୍ୟାଗ ଏବଂ ରୁମରୁ ଆତଙ୍କବାଦୀ ସହ ଲିଙ୍କ୍‌ ଥିବା ଅନେକ ପ୍ରମାଣ ମିଳିଛି। ମୋର୍ତେଜା ଏପ୍ରିଲ ୧୧ ପର୍ଯ୍ୟନ୍ତ ଏଟିଏସ୍‌ ରିମାଣ୍ଡରେ ଅଛନ୍ତି।

Share