ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରିସାରିଲାଣି। କୋଟିଏରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହେଲେଣି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ଲୋକଙ୍କଠାରୁ ପଶୁକୁ ବ୍ୟାପୁଥିବା ପୂର୍ବରୁ ଶୁଣିବାକୁ ମିଳିଥିଲା। ମାତ୍ର ଏହାର କୌଣସି ପ୍ରମାଣ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ତେବେ ନିକଟରେ ମିଆଁମାରର ଚିଡ଼ିଆଖାନାରେ ଏକ ଗରିଲାକୁ ଥଣ୍ଡା, ଜ୍ୱର ହୋଇଥିଲା। ଏ ନେଇ ତାର କରୋନା ଟେଷ୍ଟ କରାଗଲା। ମାତ୍ର ତାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଗରିଲାର କରୋନା ଟେଷ୍ଟ ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗରିଲା ନାମ ଶାଙ୍ଗୋ। ୧୯୬ କେଜି ଶାଙ୍ଗାର କିଛି ଦିନ ପୂର୍ବେ ସାନ ଭାଇ ବାର୍ନୀ ସହ ଲଢ଼େଇ ହୋଇଥିଲା। ଏହାପରଠାରୁ ଶାଙ୍ଗୋ ଅସୁସ୍ଥ ହୋଇପଡ଼ିଥିଲା। ତାର ଶରୀରରେ ଅନେକ କ୍ଷତ ହେବା ସହ ତାକୁ ଜ୍ୱର ମଧ୍ୟ ହୋଇଥିଲା। ତେଣୁ ତାକୁ ଅଚେତ କରାଯାଇ ତାର ସ୍ବାବ୍ ସଂଗ୍ରହ କରି ପରୀକ୍ଷା କରାଗଲା। ମାତ୍ର ତାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।