କୋଭିଡ୍‌-୧୯ରେ ଆକ୍ରାନ୍ତ ହେଲା ଗରିଲା

ସାନ ଡିଏଗୋ (କାଲିଫର୍ନିଆ) ,୧୨।୧: କାଲିଫର୍ନିଆର ସାନ ଡିଏଗୋ ସହରରେ ଥିବା ସାନ ଡିଏଗୋ ଜୁ ସଫାରି ପାର୍କରେ ରହୁଥିବା କିଛି ଗରିଲାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଆସିଛି। ମଣିଷଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ କରୋନା ସଂକ୍ରମିତ ହେବା ଆମେରିକାରେ ପ୍ରଥମ ଓ ସମ୍ଭବତଃ ପୂରା ବିଶ୍ୱରେ ଏହା ପ୍ରଥମ ଘଟଣା।

ପାର୍କର କାର୍ଯ୍ୟକାରୀ ମୁଖ୍ୟ ଲିସା ପିଟରସନ କହିଛନ୍ତି, ପାର୍କରେ ଏକ ୮ ଜଣିଆ ଗରିଲା ଗ୍ରୁପ ରହୁଛି। ସେମାନଙ୍କ ମଧ୍ୟରୁ କିଛିଙ୍କ ଠାରେ କାସ ଭଳି କରୋନା ଲକ୍ଷ୍ୟଣ ଦେଖାଯିବାରୁ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ପାର୍କରେ ବନ୍ୟ ଜନ୍ତୁଙ୍କ ଯତ୍ନ ନେଉଥିବା ଦଳର ସଦସ୍ୟଙ୍କ ସଂସ୍ପର୍ଶରେ ଗରିଲାମାନେ ଆସିଥିବା ଅନୁମାନ କରାଯାଉଛି। କାରଣ ଦଳର ଜଣେ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ଆମେରିକାରେ କରୋନା ସଂକ୍ରମଣ ବଡ଼ିବା ପରେ କାଲିଫର୍ନିଆରେ ଲକଡାଉନ ଜାରି କରାଯାଇଛି। ଫଳରେ ପାର୍କକୁ ଡିସେମ୍ବର ୬ ତାରିଖରୁ ବନ୍ଦ କରି ଦିଆଯାଇଛି। ଭେଟେରିନାରିମାନେ ଗରିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Share