ପୁରୀ ଅଫିସ, ୭।୧୦: ଶ୍ରୀକ୍ଷେତ୍ରରେ ଶୁକ୍ରବାର ପ୍ରସିଦ୍ଧ ଗୋଷାଣୀ ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ସିଂହଦାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ ଏକାଠି ହେଉଛନ୍ତି। ମା’ ବାରବାଟୀ, ଜହ୍ନିଖାଇ, ଶୂନ୍ୟଗୋଷାଣୀ, ବେଲବାଇ, ଗେଲବାଇ, ନାଗା, ସିମ୍ପାଥି, ବୁଢାବୁଢି, ଦଶମୁଣ୍ଡିଆ ରାବଣ ଆଦି ମା’ଙ୍କର ବିଭିନ୍ନ ରୂପର ଆକର୍ଷଣୀୟ ଗୋଷାଣି ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।
ବିଧି ଅନୁସାରେ ଶ୍ରୀମନ୍ଦିରରେ ଗୁରୁବାର ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାଦୀପ ଉଠିଲେ ଦର୍ଶନ କରି ଗୋଷାଣୀମାନେ ମେଲାଣିରେ ବାହାରିଥାନ୍ତି। ମାତ୍ର ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଗୁରୁବାର ଗୋଷାଣୀ ଯାତ ଅନୁଷ୍ଠିତ ହୋଇ ନ ଥିଲା।