ବର୍ଷା ଯୋଗୁ ସ୍ଥଗିତ ରହିଲା ଗୋଷାଣି ଯାତ୍ରା

ପୁରୀ ଅଫିସ,୬।୧୦: ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ପ୍ରବଳ ବର୍ଷା ପାଇଁ ଗୁରୁବାର ସ୍ଥଗିତ ରହିଛି। ସିଂହଦାର ପାଖରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ ମେଢ଼ ଏକାଠି ହେବା ପାଇଁ ଆୟୋଜନ ହୋଇଥିଲା। କିନ୍ତୁ ବର୍ଷା ପାଇଁ ତାହା ସ୍ଥଗିତ ରହିଛି। ତେବେ ଶୁକ୍ରବାର ପାଗ ଅନୁକୂଳ ରହିଲେ ଏହି ଗୋଷାଣୀ ଯାତ୍ରା ଆୟୋଜନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

Share