ଘୋଷ୍ଟ ଗନ୍‌ ସଂସ୍କୃତି ଆମେରିକାରେ ବୃଦ୍ଧି ପାଉଛି, ଅନ୍‌ଲାଇନ୍‌ରୁ କିଣୁଛନ୍ତି ଛୋଟ ପିଲା…

ଓ୍ବାଶିଂଟନ, ୨୫।୫ : ମଙ୍ଗଳବାର ଦିନ ଆମେରିକାର ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଏକେ-୪୭ ରାଇଫଲରୁ ଗୁଳି ଚଳାଇ ୧୮ ଜଣ ପିଲାଙ୍କୁ ହତ୍ୟା କରିଛନ୍ତି। ଏଥିରେ ୩ ଜଣ ଶିକ୍ଷକଙ୍କର ମଧ୍ୟ ମୃତ୍ୟୁ ଗଟିଛି। ଆମେରିକାରେ ଏଭଳି ଘଟଣା ଘଟିବାର ମୁଖ୍ୟ କାରଣ ହେଉଛି ଏଠାରେ ଥିବା କୋହଳ ବନ୍ଧୁକ ଅଧିନିୟମ।

ଆମେରିକାର ସ୍ବତନ୍ତ୍ର ତଥ୍ୟ ସଂଗ୍ରହ ସଂଗଠନ ’ବନ୍ଧୁକ ହିଂସା ଅଭିଲେଖାଗାର’ର ରିପୋର୍ଟ ଅନୁଯାୟୀ ଘୋଷ୍ଟ୍‌ ଗନ୍‌ ସଂସ୍କୃତି ଯୋଗୁ ଆମେରିକୀୟ ସମାଜରେ ହିଂସାକୁ ରୋକାଯାଇ ପାରୁନାହିଁ। ଭାରତରେ ବନ୍ଧୁକ କିଣିବା ପାଇଁ ଏକ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଆବଶ୍ୟକ।

କିନ୍ତୁ ଆମେରିକାର ନିୟମ ଅନୁଯାୟୀ ବନ୍ଧୁକ ବିନା ଲାଇସେନ୍ସରେ ଅନଲାଇନରେ କିଣାଯାଇପାରିବ। ଫଳରେ କେବଳ ଅପରାଧୀନୁହନ୍ତି ଛୋଟ ପିଲାମାନେ ମଧ୍ୟ ଅନଲାଇନ ଅର୍ଡର କରି ବନ୍ଧୁକ ଏବଂ ଏହା ବିଭିନ୍ନ ପାର୍ଟସ୍‌ ସହଜରେ ଘରେ ବସି ପାଇ ପାରିବେ। ଏହା ଯୋଗୁ ଘରେ ମଧ୍ୟ ବନ୍ଧୁକ ଆସେମ୍ବ୍ଲି କରାଯାଇ ପାରୁଛି। ବନ୍ଧୁକ ନିୟନ୍ତ୍ରଣ ଅଧିନିୟମ ୧୯୬୮ (ଚିସିଏ) ଅନୁଯାୟୀ, ରାଇଫଲ କିମ୍ବା କୌଣସି ଛୋଟ ଅସ୍ତ୍ର କିଣିବା ପାଇଁ ସର୍ବନିମ୍ନ ବୟସ ଅତିକମରେ ୧୮ ବର୍ଷ ହେବା ଆବଶ୍ୟକ। ବନ୍ଧୁକ ଭଳି ଅନ୍ୟ ଅସ୍ତ୍ରଶସ୍ତ୍ର କିଣିବାକୁ, ଜଣଙ୍କର ବୟସ ୨୧ ବର୍ଷ ହେବା ଜରୁରୀ।

ଖବର ଅନୁଯାୟୀ, ୩୩୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଆମେରିକାର ସାଧାରଣ ନାଗରିକଙ୍କ ପାଖରେ ୩୯ କୋଟି ଅସ୍ତ୍ର ଅଛି। ଏହା ଯୋଗୁ ଘୋଷ୍ଟ ଗନ୍‌ ଦ୍ୱାରା ହେଉଥିବା ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ଏହିପରି ଅସ୍ତ୍ରଶସ୍ତ୍ରର କ୍ରମିକ ସଂଖ୍ୟା ମଧ୍ୟ ନାହିଁ କାରଣ ଏସବୁକୁ ଆସେମ୍ବ୍ଲି କରି ନିର୍ମାଣ କରାଯାଇଥାଏ। ଏଭଳି ପରିସ୍ଥିତିରେ ଏହି ବନ୍ଧୁକଗୁଡ଼ିକର ମାଲିକ କିଏ ତାହା ଜାଣିହେବ ନାହିଁ। ଏହି ଉପାୟରେ ନିର୍ମିତ ବନ୍ଧୁକକୁ ଘୋଷ୍ଟ ଗନ୍‌ କୁହାଯାଏ। ଏଭଳି ବନ୍ଧକୁଧାରୀଙ୍କୁ କୌଣସି ପ୍ରକାରେ ଟ୍ରାକ କରାଯାଇପାରିବ ନାହିଁ।

ଅପରାଧସ୍ଥଳରୁ ମିିଳୁଥିବା ଅସ୍ତ୍ରଶସ୍ତ୍ରର ୫୦ ପ୍ରତିଶତ ବେଆଇନ। ପୋଲିସ ୨୫ ହଜାର ବନ୍ଧୁକ ଜବତ କରିଛି। ବନ୍ଧୁକ ହିଂସା ଅଭିଲେଖାଗାରର ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନ ସମୟରେ ବନ୍ଧୁକ ସଂସ୍କୃତି ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅନଲାଇନ ସାଇଟରେ ବନ୍ଧୁକ ପାର୍ଟସ୍‌ କ୍ରୟ ପୂର୍ବପରି ଜାରି ରହିଛି ।

ବନ୍ଧୁକ ହିଂସା ଅଭିଲେଖାଗାରର ରିପୋର୍ଟ ଅନୁଯାୟୀ ଚଳିତ ୨୦୨୨ ବର୍ଷର ଗତ ଚାରି ମାସ ମଧ୍ୟରେ ଆମେରିକାରେ ୨୧୨ଟି ଏଭଳି ଘଟଣା ଘଟିଛି। ସେହିପରି ୨୦୨୧ରେ ୬୯୩ ଟି ଘଟଣା ଘଟିଥିଲା। ା ୨୦୨୦ରେ ୬୧୧ ସ୍ଥାନରେ ଗୁଳି ବିନିମୟ ହୋଇଥିଲା ଏବଂ ୨୦୧୯ ରେ ୪୧୭ ଟି ସ୍ଥାନରେ ଏହିପରି ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

ଆମେରିକାର ଧ୍ରୁବୀ ପଟେଲ ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌

ଓ୍ବାଶିଂଟନ,୨୧ା୯: ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି। ଧ୍ରୁବୀ ବଲିଉଡ୍‌ ଅଭିନେତ୍ରୀ...

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri