ଭଦ୍ରକ ଅଫିସ,୬।୭- ଏସ୍ବିଆଇ ଡେବିଟ୍ କାର୍ଡ କମ୍ପାନୀରୁ ଭେରିଫିକେଶନ ପାଇଁ କଲ କରିଛୁ। ଆକାଉଣ୍ଟ ନମ୍ବର ଦିଅ। ମୋବାଇଲକୁ ଏକ ଓଟିପି ନମ୍ବର ଯାଇଥିବ, ତାହା କୁହନ୍ତୁ। କିଛି ଏଭଳି କହି ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରୋ ଗଁାର ଅବସରପ୍ରାପ୍ତ କର୍ମଚାରୀ ପ୍ରହ୍ଲାଦ ଖିଲାର(୬୮)ଙ୍କ ଆକାଉଣ୍ଟରୁୁ ଲୁଟି ନେଇଛନ୍ତି ୭ ଲକ୍ଷ ୭୪ ହଜାର ଟଙ୍କା। ଫୋନ କଲ ଆସିବାର ଦୁଇ ଦିନ ପରେ ବ୍ୟାଙ୍କକୁ ଯିବାରୁ ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲେ ପ୍ରହ୍ଲାଦ। ଏ ନେଇ ତିହିଡ଼ି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା (ନଂ.୨୬୭/୨୧) ରୁଜୁ କରି ତଦନ୍ତ ଚଳାଇଛି।