‘ଅନିଲଙ୍କ ସହ କାମ କରିବା ବେଳେ ନର୍ଭସ ଥିଲି’

ମୁମ୍ବାଇ: ଜୁନ୍‌ ୨୪ରେ ପ୍ରେକ୍ଷାଳୟରେ ‘ଜୁଗ୍‌ ଜୁଗ୍‌ ଜିଓ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ବରୁଣ ଧାଓ୍ବନ, କିଆରା ଆଡଭାନୀ, ଅନିଲ କପୁର ଏବଂ ନୀତୁ କପୁରଙ୍କ ସହ ମନୀଷ ପାଲ ଏବଂ ପ୍ରଜକ୍ତା କୋଲି ମଧ୍ୟ ନଜର ଆସିଥିଲେ। ଫିଲ୍ମରେ ସୁପର ଅଭିନୟ କରି ମନୀଷ ଦର୍ଶକଙ୍କୁ ବେଶ୍‌ ଖୁସି କରିଥିଲେ। ସମସ୍ତେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଫିଲ୍ମ ରିଲିଜ ହେବା ପରେ ଏବେ ମନୀଷ ପ୍ରଥମ ଥର ପାଇଁ ବରୁଣ ଧାଓ୍ବନ ଏବଂ ଅନିଲ କପୁରଙ୍କ ସହ ସ୍କ୍ରିନ ଶେୟାର କରିବା ବିଷୟରେ କହିଛନ୍ତି। ସେ କହିଛନ୍ତି, ଅନିଲଙ୍କ ସହ କାମ କରିବା ସମୟରେ ସେ ବହୁତ ନର୍ଭସ ଥିଲେ। କିନ୍ତୁ ବରୁଣଙ୍କ ସହ ବେଶ୍‌ ମଜା କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, ଅନିଲଙ୍କ ପରି କିମ୍ବଦନ୍ତୀ ଷ୍ଟାରଙ୍କ ସହ କାମ କରିବା ମୋ’ ପକ୍ଷେ ବହୁତ କଷ୍ଟ ଥିଲା। ମୁଁ ଡରୁଥିଲି।
ବରୁଣଙ୍କ ସହ କାମ କରିବାରେ କିଛି ଅସୁବିଧା ହୋଇ ନ ଥିଲା। ବେଶ୍‌ ହସଖୁସି ସମୟ କାଟିଥିଲେ ତାଙ୍କ ସହ। ଏହି ମୁହୂର୍ତ୍ତଗୁଡ଼ିକ ତାଙ୍କ ପାଇଁ ଅଭୁଲା ବୋଲି ମନୀଷ ଏକ ସାକ୍ଷାତକାରରେ କହିଛନ୍ତି।

Share