ଗୋଟାବାୟାଙ୍କ ବିରୋଧରେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିବାର ଅଭିଯୋଗ, ଗିରଫ ଦାବି

କଲମ୍ବୋ,୨୩।୬: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ ବିବାଦରେ ଛନ୍ଦି ହୋଇପଡିଛନ୍ତିି। ସେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୧୯୮୯ରେ ମାର୍କ୍ସବାଦୀଙ୍କ ମଧ୍ୟରେ ଏକ ହିଂସାତ୍ମକ ବିଦ୍ରୋହ ହୋଇଥିଲା। ଗୋଟାବାୟା ସେହି ସମୟରେ ଜଣେ ସେନା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ।

କେନ୍ଦ୍ର ମାନବିକ ଅଧିକାର ବିକାଶନ୍ଦ, ଅନ୍ତର୍ଜାତୀୟ ସତ୍ୟ ଏବଂ ନ୍ୟାୟ ପ୍ରକଳ୍ପ ପରି ଅନେକ ସଂଗଠନ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
ଅଭିଯୋଗରେ କୁହାଯାଇଛି ଯେ ହଜାର ହଜାର ମୃତଦେହ ଏପର୍ଯ୍ୟନ୍ତ ଏହି ସମାଧିରେ ପୋତି ହୋଇ ରହିଛନ୍ତି। ଯାହାକୁ ଆବିଷ୍କୃତ କରାଯାଇ ପାରୁନାହିଁ।
ସୂଚନାଯୋଗ୍ୟ, ଶ୍ରୀଲଙ୍କା ସରକାରଙ୍କ ଦ୍ୱାରା ଗଠିତ ଅନେକ ଅନୁସନ୍ଧାନ ଆୟୋଗ ମଧ୍ୟରୁ କୌଣସିଟି ମଧ୍ୟ ଜନ ସମାଧି ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏହା ପରିବର୍ତ୍ତେ, ସତକୁ ଉନ୍ମୋଚନ ପାଇଁ କରାଯାଉଥିବା ଉଦ୍ୟମକୁ ଅବରୋଧ କରାଯାଇଛି।
ଏକ ରିପୋର୍ଟରେ କୁହାଯାଇଛି ଯେ, ସମାଧି ଖୋଳିବାରେ ରାଜପକ୍ସଙ୍କ ଭୂମିକା ରାଜନୈତିକ ହସ୍ତକ୍ଷେପର ଏକ ଉଦାହରଣ। ସେ ସମୟରେ ରାଜପକ୍ସ ଜଣେ ଶକ୍ତିଶାଳୀ ପ୍ରତିରକ୍ଷା ଅଧିକାରୀ ଥିଲେ। ୨୦୧୩ ମସିହାରେ ଶ୍ରୀଲଙ୍କାର ମାତାଲ ଜିଲାରେ ଏକ ଜନ ସମାଧି ଆବିଷ୍କୃତ ହେବା ପରେ ସେ ଉକ୍ତ ଅଞ୍ଚଳର ପୋଲିସ ଷ୍ଟେସନରେ ପାଞ୍ଚ ବର୍ଷରୁ ଅଧିକ ପୁରୁଣା ସମସ୍ତ ପୋଲିସ ରେକର୍ଡ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

Share