ସିଙ୍ଗାପୁର ଗଲେ ଗୋଟାବାୟା

କଲମ୍ବୋ,୧୪।୭: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସାଙ୍ଗକୁ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଗୁରୁବାର ମାଳଦ୍ୱୀପରୁ ସିଙ୍ଗାପୁର ଯାଇଛନ୍ତି। ସେଠାରୁ ସେ ସାଉଦି ଆରବ ଯିବେ ବୋଲି ଶ୍ରୀଲଙ୍କାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନ କବ୍‌ଜା କରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡ଼ି ମାଳଦ୍ୱୀପ ଚାଲିଯାଇଥିଲେ। ହେଲେ ମାଳଦ୍ୱୀପ ସରକାର ଗୋଟାବାୟାଙ୍କୁ ଶରଣ ଦେବାକୁ ମନା କରିଦେଇଥିଲେ। ଫଳରେ ଗୋଟାବାୟା ମାଳଦ୍ୱୀପରୁ ସିଙ୍ଗାପୁର ଯାଇଛନ୍ତି। ସେ ଏକ ଘରୋଇ ବିମାନ ଯୋଗେ ସିଙ୍ଗାପୁର ଯାଇଛନ୍ତି। ସେଠାରୁ ସେ ସାଉଦି ଆରବ ଯିବେ। ଅନ୍ୟପକ୍ଷେ ବୁଧବାର ବିଳମ୍ବିତ ରାତିରେ ବିକ୍ଷୋଭକାରୀମାନେ ବାଚସ୍ପତିଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ସେନା ପକ୍ଷରୁ ଦେଶରେ ଜରୁରୀ ପରିସ୍ଥିତିି ଘୋଷଣା କରାଯାଇଛି।

Share