ଶ୍ରୀଲଙ୍କା ଫେରିବେ ଗୋଟାବାୟା

କଲମ୍ବୋ,୧୭ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଆସନ୍ତା ସପ୍ତାହରେ ଘରକୁ ଫେରିବେ। ଗତ କିଛି ମାସ ଧରି ଦେଶରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାରୁ ପଳାୟନ କରିଥିବା ରାଜପାକ୍ସେ ଜୁଲାଇ ୧୪ରେ ସିଙ୍ଗାପୁର ଯାଇଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ୭ ଦଶନ୍ଧି ମଧ୍ୟରେ ଶ୍ରୀଲଙ୍କା ସବୁଠୁ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ରାଜପାକ୍ସେଙ୍କ ଶାସନ କାଳରେ ଦେଶର ଏହି ଅବସ୍ଥା ପାଇଁ ତାଙ୍କ ସରକାର ବିରୋଧରେ ଅନେକ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ଏହି କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତେବେ ବର୍ତ୍ତମାନ ରୁଷିଆରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରଦୂତ ତଥା ରାଜପାକ୍ସେଙ୍କ ଜଣେ ଘନିଷ୍ଠ ସହଯୋଗୀ ଉଦୟଙ୍ଗା ବୀରାତୁଙ୍ଗା କହିଛନ୍ତି, ଗୋଟାବାୟା ଅଗଷ୍ଟ ୨୪ରେ ଶ୍ରୀଲଙ୍କା ଫେରିବେ।

Share