Categories: ଖେଳ

ଦଳ ଛାଡ଼ିଲେ ଗମ୍ଭୀର, ସୁଟ୍‌ କଲେ ଇମୋଶନାଲ୍‌ ଭିଡିଓ

ନୂଆଦିଲ୍ଲୀ, ୭।୭: ଟି-୨୦ ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ ଟିମ୍‌ର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ଼ କୋଚ୍‌ ପଦରୁ ବିଜାୟ ଘୋଷଣା କରିଛନ୍ତି । ଅନ୍ୟପଟେ ତାଙ୍କ ସ୍ଥାନରେ ଭାରତୀୟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ମୁଖ୍ୟ କୋଚ୍‌ ରେସ୍‌ର ଆଗରେ ରହିଛନ୍ତି । ବିସିସିଆଇ ଖୁବ୍‌ଶୀଘ୍ର ଗମ୍ଭୀରଙ୍କ ନିଯୁକ୍ତି ନେଇ ଘୋଷଣା କରିପାରନ୍ତି । ହେଲେ ଏହା ପୂର୍ବରୁ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡରର ମେଣ୍ଟର ପଦକୁ ଗମ୍ଭୀର ଗୁଡ୍‌ବାଏ କହିଛନ୍ତି । ସେ କୋଲକାତାର ଇଡେନ୍‌ ଗାର୍ଡେନ ଷ୍ଟାଡିୟମ୍‌ ଯିବା ସହ ପଡ଼ିଆରେ ଛିଡ଼ା ହୋଇ ଫ୍ୟାନ୍ସଙ୍କ ପାଇଁ ଏକ ଇମୋଶନାଲ୍‌ ଭିଡିଓ ସୁଟ୍‌ କରିଛନ୍ତି ।

ଗମ୍ଭୀରଙ୍କ ମେଣ୍ଟରସିପ୍‌ରେ କୋଲକାତା ନାଇଟ୍‌ ରାଇଡର ଆଇପିଏଲ୍‌ ୨୦୨୪ରେ ଚାମ୍ପିୟନ ହୋଇଥିଲା । କେକେଆର ତିନିଥର ଆଇପିଏଲ୍‌ ଚାମ୍ପିୟନ୍‌ ହୋଇଛି । ଗମ୍ଭୀରଙ୍କ ଅଧିନାୟକତ଼୍ବରେ କେକେଆର ଦୁଇଥର ଟ୍ରଫି ଜିତିଥିବା ବେଳେ ମେଣ୍ଟରସିପ୍‌ରେ ଥରେ ଟ୍ରଫି ଜିତିଛି । ଟାଇମ୍ସ ନାଓର ରିପୋର୍ଟ ମୁତାବିକ, ଗମ୍ଭୀର ଶୁକ୍ରବାର ଇଡେନ ଗାର୍ଡେନ୍‌ରେ ପହଞ୍ଚିବା ପରେ ଫ୍ୟାନ୍ସ ଏବଂ ଫ୍ରାଞ୍ଚାଇଜ୍‌କୁ ଅଲ୍‌ବିଦା କହିବା ପାଇଁ ଏକ ଭିଡିଓ ସୁଟ୍‌ କରିଥିଲେ ।

Share