Fraud Alert: ଭୁଲ୍‌ରେ ବି *401# ନମ୍ବର ଡାଏଲ୍‌ କରି କରନ୍ତୁ ନାହିଁ ଫୋନ୍‌କଲ୍‌; ଠକେଇରେ ପଡ଼ିବେ…

ଦିନକୁ ଦିନ ସୋସିଆଲ ମିଡିଆ ବ୍ୟବହାର ବଢ଼ି ଚାଲିଛି। ଠିକ୍‌ ସେହିଭଳି ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଇଣ୍ଟରନେଟ୍‌ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। କାରଣ ସାଇବର ଠକମାନେ ଜାଲ ବିଛାଇ ଠକିବାକୁ ଯୋଜନା ପ୍ରସ୍ତୁତ କରି ରହୁଛନ୍ତି। ସାମାନ୍ୟ ବେହୁସିଆର ହେଲେ ସେଥିରେ ପଡ଼ିଯିବା ନିଶ୍ଚିତ।
କିଛିଦିନ ତଳେ ଟେଲିକମ୍‌ ବିଭାଗ ପକ୍ଷରୁ ବ୍ୟବହାରକାରୀଙ୍କୁ ଠକେଇ ଉଦ୍ଦେଶ୍ୟ ରଖି କରାଯାଉଥିବା ଫୋନ୍‌ କଲ୍‌ ସଂଙ୍କ୍ରାନ୍ତରେ ସତର୍କ କରାଯାଇଛି। ବିଶେଷକରି (*401#) ଡାଏଲ କରି ଅଜଣା ନମ୍ବରକୁ ଫୋନ କରିବାକୁ କୁହାଯାଉଥିବା କଲ୍‌ଠାରୁ ଦୂରରେ ରହିବାକୁ କୁହାଯାଇଛି। କାରଣ ଏଭଳି କରିବା ଦ୍ୱାରା ବ୍ୟବହାରକାରୀଙ୍କ ଫୋନ୍‌କୁ ଆସୁଥିବା କଲ୍‌ ଠକଙ୍କ ଫୋନ୍‌କୁ ଫରଓ୍ବାର୍ଡ ହୋଇଯାଉଛି। ଏହାକୁ ବିନିଯୋଗ କରି ସେମାନେ ଠକେଇ କରିପାରନ୍ତି।
କିଭଳି ଜାଲରେ ଫସାଯାଉଛି:
ଜଣେ ଠକ ମୋବାଇଲ୍‌କୁ ଫୋନ୍‌କରି ନିଜକୁ ଗ୍ରାହକ ସେବା ପ୍ରତିନିଧି ବୋଲି କୁହନ୍ତି। ଏହାପରେ ସେ ସିମ୍‌ କାର୍ଡରେ କିଛି ସମସ୍ୟା ଅଛିକି ନଚେତ ନେଟଓ୍ବାର୍କ ଏବଂ ସର୍ଭିସ୍‌ କ୍ୱାଲିଟି ସମ୍ବନ୍ଧୀୟ ଅସୁବିଧା ବିଷୟରେ ପଚାରନ୍ତି। ଏଥିରେ ସହମତି ମିଳିବା ପରେ ଗ୍ରାହକଙ୍କୁ ସ୍ପେଶାଲ କୋର୍ଡ ଡାଏଲ କରିବାକୁ କୁହାଯାଏ। ଏହା ସାଧାରଣତଃ (*401#) ରୁ ଆରମ୍ଭ ହୋଇଥାଏ। ଏହାପରେ ଏକ ମୋବାଇଲ ନମ୍ବର ଥାଏ।
ଏହାଛଡ଼ା ଗ୍ରାହକ ନମ୍ବର ଡାଏଲ କରିବା ପରେ ବିନା କୌଣସି ସର୍ତ୍ତରେ କଲ୍‌ ଫରଓ୍ବାର୍ଡ ହୋଇଯାଇଥାଏ। ଯଦି ଏପରି କେହି ଡାଏଲ କରନ୍ତି ତେବେ ନିଶ୍ଚିତ ଭାବେ ସେଟିଂକୁ ଯାଇ ଯାଞ୍ଚ କରିବା ପରେ ଏହି ଫରଓ୍ବାର୍ଡ ସୁବିଧାକୁ ବନ୍ଦ କରନ୍ତୁ ବୋଲି କୁହାଯାଇଛି।
Share