Categories: ଜାତୀୟ

ପିଏମ କିସାନ ଯୋଜନାର ଲାଭ ନେଉଥିବା କୃଷକଙ୍କୁ ସାବଧାନ କରାଇଲେ ସରକାର, ଏହି ଫାଇଲକୁ ଡାଉନଲୋଡ କରିଥିଲେ…

ନୂଆଦିଲ୍ଲୀ,୧୩।୭: ଯଦି ଆପଣ ମଧ୍ୟ ଜଣେ କୃଷକ ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାର୍ତ୍ତା ପ୍ରତି ସତର୍କ ରହିବାକୁ କୃଷକମାନଙ୍କୁ ସରକାର ପରାମର୍ଶ ଦେଇଛନ୍ତି। ଯଦି କୃଷକ ଭାଇମାନେ ସେହି ଫାଇଲ ଡାଉନଲୋଡ କରନ୍ତି ତେବେ ସେମାନେ ଘୋଟାଲାର ଶିକାର ହୋଇପାରନ୍ତି ।

ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ନେଉଥିବା ଚାଷୀଙ୍କୁ ସରକାର ଚେତାବନୀ ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ବାର୍ତ୍ତା ଭାଇରାଲ ହେଉଛି ଯେଉଁଥିରେ ପିଏମ କିସାନ ଯୋଜନା ସହ ଜଡିତ ଏପିକେ ଫାଇଲକୁ ଡାଉନଲୋଡ ଏବଂ ଇନଷ୍ଟଲ କରିବାକୁ କୁହାଯାଇଛି। ସରକାର ଏପରି ନକଲି ବାର୍ତ୍ତା ପ୍ରତି ସତର୍କ ରହିବାକୁ କୃଷକମାନଙ୍କୁ କହିଛନ୍ତି। ଯଦି ଡାଉନଲୋଡ କରିଛନ୍ତି ତା’ହେଲେ ତୁରନ୍ତ ଡିଲିଟ୍‌ କରିବାକୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୌଣସି ଅଜଣା ନମ୍ବରରୁ ହ୍ବାଟସ ଆପ ମେସେଜ କିମ୍ବା ଏପିକେ ଫାଇଲ ଡାଉନଲୋଡ କରନ୍ତୁ ନାହିଁ। ଏହି ଫାଇଲ ଆପଣଙ୍କ ଫୋନ ହ୍ୟାକ କରିପାରେ ଏବଂ ଆପଣଙ୍କର ବ୍ୟକ୍ତିଗତ ସୂଚନା ଚୋରି କରିପାରେ।

 

Share