ସରକାରଙ୍କ ଭତ୍ତା ଯୋଜନା ଭେଳିକି

ନୂଆଗାଁ, ୧୮ା୬ (ଧନେଶ୍ୱର ସାହୁ )୬୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧଙ୍କୁ ସରକାର ଭତ୍ତା ଦେଉଥିବା କଥା କହୁଛନ୍ତି । ହେଲେ ନୂଆଗାଁ ବ୍ଲକରେ ୬୪ ବର୍ଷର ବୃଦ୍ଧାବୃଦ୍ଧ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ଭତ୍ତା ପ୍ରଦାନ କରାଯାଉ ନାହିଁ । ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ବର୍ତ୍ତମାନ ୬୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଉଛି ା ଏଥିପାଇଁ ସରକାରଙ୍କ ଏହି ଯୋଜନା ଏକ ଭେଳିକି ବୋଲି ଅଭିଯୋଗ ହେଉଛି ।
ପରିଣତ ବୟସରେ ବୃଦ୍ଧାବୃଦ୍ଧମାନଙ୍କୁ ସହାୟତା ପାଇଁ ସରକାର ଭତ୍ତା ଯୋଜନା କରିଛନ୍ତି ା ୬୦ ବର୍ଷ ବୟସର ବ୍ୟକ୍ତିମାନେ ଭତ୍ତା ପାଇଁ ଆବେଦନ କଲେ ୬୦ ବର୍ଷରୁ ୭୯ ବର୍ଷ ପର୍ଯ୍ୟନ୍ତ ୫୦୦ ଟଙ୍କା ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ୭୦୦ ଟଙ୍କା ଭତ୍ତା ଦେବାର ବ୍ୟବସ୍ଥା ରହିଛି । ଏହି ଭତ୍ତା ଟଙ୍କା ଦ୍ୱାରା ଲୋକମାନଙ୍କ ଅନେକ ଉପକାର ହେଉଛି । ପରିଣତ ବୟସରେ ସେମାନେ ଔଷଧ ଖର୍ଚ୍ଚ କରିବା ସହ ନିଜ ଇଛାରେ କିଛି କିଣି ପାରୁଛନ୍ତି । ତେବେ ସରକାର ୬୦ ବର୍ଷ ବୟସରୁ ଭତ୍ତା ଦେଉଥିବା କଥା କହୁଥିବା ବେଳେ ପ୍ରକୃତରେ ତାହା କରାଯାଉ ନ ଥିବା ଅଭିଯୋଗ ହେଉଛି। ନୂଆଗାଁ ବ୍ଲକରେ ୬୦ରୁ ୬୪ ବର୍ଷ ମଧ୍ୟରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ଦିଆଯାଉନାହିଁ। ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ୬୦ ବର୍ଷ ବୟସର ବ୍ୟକ୍ତିମାନେ ଭତ୍ତା ପାଇଁ ଆବେଦନ କରି ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡି ନିରାଶ ହେଉଛନ୍ତି। ତୁମର ସିରିଏଲ ଆସିଲେ ତମକୁ ଭତ୍ତା ଦିଆଯିବ ବୋଲି ସଂପୃକ୍ତ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି । ନୂଆଗାଁ ବ୍ଲକ କାପ୍ତାପଲି ପଞ୍ଚାୟତର ବଂଶୀ ଦେଇ, ବାହାଡାଝୋଲା ଘଡେଇବନ୍ଧ ଗ୍ରାମର ଅଭିମନ୍ୟୁ ବାରିକ, ନରସିଂହ ବାରିକ, ଉଚ୍ଛବ ବାରିକଙ୍କୁ ୬୩ ବର୍ଷରୁ ଅଧିକ ବର୍ଷ ହୋଇଥିଲେ ମଧ୍ୟ ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବାବଦରେ ନୂଆଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ବର୍ଣ୍ଣସାରିକାଙ୍କୁ ପଚାରିବାରେ ଆବେଦନକାରୀଙ୍କ ସଂଖ୍ୟା ଅଧିକ ହେଉଥିବା ବେଳେ ସରକାରଙ୍କ ଟାର୍ଗେଟ ବହୁତ କମ୍‌ ରହୁଛି । ସେଥିପାଇଁ ଅଧିକ ବୟସର ଲୋକମାନଙ୍କୁ ଆମେ ପ୍ରଥମେ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri