କାବୁଲରେ ସରକାରୀ-ବେସରକାରୀ ଅଫିସ ବନ୍ଦ, ବଢୁଛି ଲୋକଙ୍କ ସମସ୍ୟା

କାବୁଲ,୨୨ା୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବାର ଏକ ସପ୍ତାହ ପରେ କାବୁଲରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଯାହା ମନ୍ତ୍ରଣାଳୟ, ପାସପୋର୍ଟ ବିଭାଗ ଏବଂ ବ୍ୟାଙ୍କ ଭଳି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାରୁ କାବୁଲର ବାସିନ୍ଦାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି।

ପାସପୋର୍ଟ ବିଭାଗକୁ ଆସିଥିବା କାବୁଲର ବାସିନ୍ଦା ଅହମ୍ମଦ ମାସିହ କହିଛନ୍ତି , ମୁଁ ମୋର ପାସପୋର୍ଟ ପାଇଁ ଆସିଥିଲି ଏବଂ ପୂର୍ବ ସରକାର ସମୟରେ ମୋର ପାସପୋର୍ଟ ପାଇବାକୁ ୨୫ ଦିନ ଅପେକ୍ଷା କରିଥିଲି।

ପାସପୋର୍ଟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କହିଛନ୍ତି, ତାଲିବାନ କହିଥିଲା  ସରକାରୀ କର୍ମଚାରୀମାନେ ଶନିବାର ଆସି ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବା ଉଚିତ୍‌, ତେଣୁ ମୁଁ ଏଠାକୁ ଆସିଥିଲି କିନ୍ତୁ ଦେଖିଲି ବିଭାଗରେ କୌଣସି କର୍ମଚାରୀ ନାହାନ୍ତି। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

Share