ଇମ୍ଫାଲ,୩୦।୫: ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଥିବା ବେଳେ ପୁଣି କେତେକ ସ୍ଥାନରେ ହିଂସା ହେଉଥିବା ଖବର ଆସୁଛି। ଏହି ହିଂସାରେ କେତେକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେଜଣ ଆହତ ବି ହୋଇଛନ୍ତି। ଏବେ ସରକାର ପୀଡ଼ିତ ପରିବାର ପାଇଁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।
ଅଧିକାରୀମାନେ ମଙ୍ଗଳବାର କହିଛନ୍ତି କି କେନ୍ଦ୍ର ଓ ମଣିପୁର ରାଜ୍ୟ ସରକାର ଜାତୀୟ ସଂଘର୍ଷରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହାସହ ହିଂସାରେ ମୃତ୍ୟୁ ହୋଇଥିବା ବ୍ୟକ୍ତଙ୍କ ପରିବାରର ଜଣେ ସଦସ୍ୟଙ୍କୁ ବି ଚାକିରି ଦିଆଯିବ। ଅଧିକାରୀମାନେ କହିଛନ୍ତି କି ଅନୁକମ୍ପା ରାଶି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମାନ ଭାବେ ବହନ କରିବେ।