Posted inଖେଳ

ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୧ା୯(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସ୍ବର୍ଣ୍ଣ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୫୦ ଲକ୍ଷ ଓ ବ୍ରୋଞ୍ଜ ବିଜେତାଙ୍କ ପାଇଁ ୩୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ସେହିପରି ମିକ୍ସଡ ଇଭେଣ୍ଟରେ ପଦକ ହାସଲ କରିଥିବା ଶୀତଲ ଦେବୀଙ୍କ ପରି ଆଥ୍‌ଲେଟଙ୍କୁ ୨୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ସେହିପରି ଆଗାମୀ ୨୦୨୮ ଲସ୍‌ଏଞ୍ଜେଲ୍ସ ପାରାଲିମ୍ପିକ୍ସ ପାଇଁ ଆଥ୍‌ଲେଟମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମାଣ୍ଡବ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ସଂସ୍କରଣରେ ଭାରତ ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୩ ବ୍ରୋଞ୍ଜ ପଦକ ସହ ମୋଟ ୨୯ ପଦକ ହାସଲ କରି ୧୮ତମ ସ୍ଥାନରେ ରହିଥିଲା। ଏହା ବ୍ୟତୀତ ଭାରତର ପାରାଲିମ୍ପିକ୍ସ ପଦକ ସଂଖ୍ୟା ୫୦ ଅତିକ୍ରମ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ୩ ବର୍ଷ ପାଇଁ ଭାରତୀୟ ଖୋ ଖୋ ଦଳର ପ୍ରାୟୋଜକ

ଭୁବନେଶ୍ୱର,୭ା୧(ତପନ ସ୍ବାଇଁ): ସ୍ବଦେଶୀ କ୍ରୀଡ଼ାକୁ ପ୍ରୋତ୍ସାହିତ ଦେବା ଲାଗି ଭାରତୀୟ ଜାତୀୟ ଖୋ ଖୋ ଟିମ୍‌ ପାଇଁ ଓଡ଼ିଶା ୩ ବର୍ଷ ସକାଶେ ପ୍ରାୟୋଜକ ହୋଇଛି।...

ଇଂଲଣ୍ଡ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା: ଜାଣନ୍ତୁ କେବେ ଫେରିବେ ବୁମ୍‌ରା

ମୁମ୍ବାଇ,୬ା୧: ଆଗାମୀ ଇଂଲଣ୍ଡ ସିରିଜ ଭାରତକୁ ଲାଗିଛି ବଡ ଝଟକା। ଅଷ୍ଟ୍ରେଲିଆ ଗସ୍ତର ଶେଷ ମୁକାବିଲାରେ ଜଶପ୍ରୀତ ବୁମ୍‌ରା ଆହତ ହୋଇଥିବା ବେଳେ ଏବେ ଆଗାମୀ...

ରୋହିତଙ୍କ ଉତ୍ତରାଧିକାରୀ ହେବେ କିଏ? ରେସ୍‌ରେ ଏହି ୩ ନାଁ

ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆଠାରୁ ଟେଷ୍ଟ ସିରିଜ ହାରିବା ପରେ ଭାରତୀୟ କ୍ରିକେଟ ଦଳ ଏକ ନୂଆ ସଙ୍କଟରେ ପଡ଼ିଥିବା ଜଣାପଡିଛି। ଟିମ ଇଣ୍ଡିଆ ନୂଆ ଅଧିନାୟକ ଆବଶ୍ୟକ...

ଏହି ମିଷ୍ଟ୍ରିଗର୍ଲଙ୍କ ପାଇଁ ଚହଲ-ଧନଶ୍ରୀ ମଧ୍ୟରେ ହେବାକୁ ଯାଉଛି ଛାଡପତ୍ର!

ମୁମ୍ବାଇ,୬।୧:ଦୀର୍ଘ ଦିନ ଧରି ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିବା ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ ଚାଲିନାହିଁ। ତାଙ୍କ ସ୍ତ୍ରୀ ଧନଶ୍ରୀ ଧର୍ମେନ୍ଦ୍ରଙ୍କ...

ଆୟର୍ଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଳୀ,୬।୧: ଜାନୁଆରୀ ୧୦ରୁ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ। ଭାରତରେ କ୍ରିକେଟ ବୋର୍ଡ ଅଫ କ୍ରିକେଟ ଏହି ସିରିଜ ପାଇଁ...

ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌: ପ୍ରତିନିଧିତ୍ୱ କରି ଫେରିଲେ କନ୍ଧମାଳର ପ୍ରୀତମ ପ୍ରଧାନ

ରାଇକିଆ,୬ା୧(ପ୍ରଦୀପ ବେହେରା): ନେପାଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଫେରିଛନ୍ତି କନ୍ଧମାଳ ଜିଲା ରାଇକିଆର ପ୍ରୀତମ ପ୍ରଧାନ।...

ବିଶ୍ୱରେକର୍ଡ କଲେ ଅଷ୍ଟ୍ରେଲିଆ ଅଧିନାୟକ: ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ କଲେ ଏମିତି କାରନାମା

ସିଡନୀ,୬।୧: ପ୍ୟାଟ କମିନ୍ସଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା। ଏହି ବିଜୟ ସହିତ, ପ୍ୟାଟ କମିନ୍ସ ଇତିହାସ ସୃଷ୍ଟି କରିଛନ୍ତି ଏବଂ ତାଙ୍କ...

କ୍ରିକେଟ୍‌ରେ ଇତିହାସ ରଚିଲେ ପାକିସ୍ତାନ ଯୋଡ଼ି: ଭାଙ୍ଗିଲା ୨୨ ବର୍ଷର ରେକର୍ଡ

କେପଟାଉନ,୬।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri