ସରକାରୀ ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ନୂଆପଡ଼ା,୧୪।୧(ମକାରୁ ବେମାଲ): ୩୫୩ ନମ୍ବର ଜାତୀୟ ରାଜପଥ ନୂଆପଡା ଜିଲା କୋମନା ଥାନା ତରବୋଡ ସମ୍ଭବ ମାନିଗୁଡା ଛକ ନିକଟରେ ରବିବାର ଏକ ବସ୍‌-କାର୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଗୁରୁତର ୬ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଖରିଆର ରୋଡରୁ ବଲାଙ୍ଗୀର ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍‌ ସହ ବିପରିତ ଦିଗରୁ ଆସୁଥିବା ଏକ କାର ସହ ମୁହଁାମୁହିଁ ଧକ୍କା ହେଇଥିଲା। କାରରେ ବସିଥିବା ୬ଜଣ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ୬ ଗୁରୁତର କୋମନା ବନ ବିଭାଗ କର୍ମଚାରୀ ବୋଲି ଜଣାପଡିଛି। ସେମାନେ ହେଲେ ଫରେଷ୍ଟର ଗୋପାଲ ମହାନନ୍ଦ, ତ୍ରିବିକ୍ରମ ନାଏକ, ଖଗେଶ୍ୱର ଦୁରିଆ, କୁଞ୍ଜ ବାଗ, ରାଜେଶ ହରିଜନ, କନ୍ଦର୍ପ ସୁନାନୀ। ବସରେ ଯାଉଥିବା ୧୪ଜଣ ଯାତ୍ରୀ ମଧ୍ୟରୁ ୪ଜଣ ଆହତ ହେବାରୁ ତରବୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ପ୍ରସିଦ୍ଧ କ୍ରିକେଟର୍‌: ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୨।୪: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ନାଁରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅମିତ ତାଙ୍କୁ ଯୌତୁକ ପାଇଁ...

ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪: କଟକରେ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସେ ମୃତକଙ୍କ ପରିବାରକୁ ୧୦...

IPL Cheerleader Salary: ଗୋଟିଏ ମ୍ୟାଚ୍‌ ପାଇଁ କେତେ ଟଙ୍କା ନିଅନ୍ତି ଚିୟରଲିଡର୍ସ: ଜାଣନ୍ତୁ କେଉଁ ଦଳ ଦିଏ ଅଧିକ ଟଙ୍କା

ନୂଆଦିଲ୍ଲୀ,୨୨।୪: IPL 2025ରେ ସମସ୍ତ ୧୦ଟି ଦଳ ସେମାନଙ୍କ ମ୍ୟାଚ ପାଇଁ ଚିୟରଲିଡର୍ସଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପ୍ରତିବର୍ଷ ଘଟେ। ଏଥିରେ ବିଦେଶୀ ଯୁବତୀମାନେ ଲକ୍ଷ...

କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

କଟକ ସଦର,୨୨।୪(ସୁଶାନ୍ତ କୁମାର ଜେନା): କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍‌ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍‌ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ...

ବିନା କ୍ୟାମେରା, ବିନା ଷ୍ଟାରରେ ମନ୍ଦିର ପୂଜାରୀ ତିଆରି କଲେ ବିଶ୍ୱର ପ୍ରଥମ AI ଫିଲ୍ମ !

ବେଙ୍ଗାଲୁରୁ,୨୨।୪: କର୍ନାଟକର ଜଣେ ପୂଜାରୀ AI ଉପକରଣ ସାହାଯ୍ୟରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ AI-ଆଧାରିତ କନ୍ନଡ ଫିଲ୍ମ ତିଆରି କରିଛନ୍ତି। ବେଙ୍ଗାଲୁରୁର ସିଦ୍ଧେହଲ୍ଲି ଗାଁର ହନୁମନ୍ତରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image