Categories: ଜାତୀୟ

ପୋଷଣ ଯୋଜନା ଲାଭ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ, ୩୦ା୬: କେନ୍ଦ୍ର ସରକାରଙ୍କ ପୋଷଣ ଯୋଜନାର ଲାଭ ପାଇବା ପାଇଁ ପିଲାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଗୁରୁବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି। ପିଲାମାନଙ୍କ ମା’ଙ୍କ ବାୟୋମେଟ୍ରିକ୍‌ କାର୍ଡ ଦ୍ୱାରା ପୋଷଣ ଟ୍ରାକ୍‌ର ଆପ୍ଲିକେଶନରେ ଏହି ଯୋଜନାରେ ନାଁମ ପଞ୍ଜୀକରଣ କରିହେବ। ପୋଷକ ଯୁକ୍ତ ଖାଦ୍ୟ ପାଇଁ ଲକ୍ଷଲକ୍ଷ ପିଲାଙ୍କୁ ଆଧାରକାର୍ଡ ଆବଶ୍ୟକ ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Share