କେୱାଇସି ଆଳରେ ଦାଦନ ଶ୍ରମିକଠାରୁ ୧ ହଜାର, ଯୋଗାଣ ବିଭାଗ ନିରବଦ୍ରଷ୍ଟା

ମହାକାଳପଡ଼ା୧୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଅନେକ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରେ ରହିଛନ୍ତି, ବିଶେଷ କରି ହାଇଦ୍ରାବାଦ , ଚେନ୍ନାଇ , ଗୁଜରାଟ , ଜାମ୍ମୁ କାଶ୍ମୀର , ବାଙ୍ଗାଲୋର , କେରଳ , ମୁମ୍ବାଇ , ଦିଲ୍ଲୀ , କୋଲକତା , ରାଜସ୍ଥାନ ଆଦି ସହରରେ ସେମାନେ କାମ କରୁଛନ୍ତି, କେବଳ ମହାକାଳପଡ଼ା ବ୍ଲକର ୩୦ ହଜାରରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ ଅନ୍ୟ ରାଜ୍ୟର ଶିଳ୍ପାନୁଷ୍ଠାନ, ହୋଟେଲ ଓ ପାଣି ପାଇପ କାମରେ ନିୟୋଜିତ ହୋଇଛନ୍ତି ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଶନ କାର୍ଡ ସଂଶୋଧନ ଓ କେୱାଇସି ସଂଯୋଗ ପାଇଁ ଚଳିତ ମାସ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।

ନାମ ସହିତ ଆଧାର କାର୍ଡ ସଂଯୋଗୀକରଣ ସର୍ଭେ ସରିଲେ ନୂଆ ରାଶନ କାର୍ଡ ଯୋଗାଣ କରାଯିବ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହାର ସୁଯୋଗ ନେଇ କେତେଜଣ ଡିଲର ରାଜ୍ୟ ବାହାରେ ମେଶିନ ଧରି ବୁଲୁଛନ୍ତି। ସେମାନେ ସେଠାରେ ଥିବା ଦାଦନ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଭୋଟି ନାମ ସହିତ ଆଧାର ସଂଯୋଗ କରୁଛନ୍ତି। ଏଥିପାଇଁ ସେମାନେ ପ୍ରତି ଶ୍ରମିକ ପରିବାରଠାରୁ ୧ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକରେ ୫୮ ଖାଉଟି ଖୁଚୁରା କେନ୍ଦ୍ର ରହିଛି। ରାଶନ କାର୍ଡ ସଂଖ୍ୟା ୪୮ ହଜାରରୁ ଅଧିକ ଥିଲା ଆଉ ୧ ଲକ୍ଷ ୮୧ ହଜାର ରାଶନ କାର୍ଡ ହିତାଧିକାରଙ୍କୁ ପଞ୍ଜିକୃତ କରାଯାଉଛି। ସେଥିମଧ୍ୟରୁ ଅଦ୍ୟାବଧି ୧ ଲକ୍ଷ ୪୦ ହଜାର ହିତାଧିକାରୀଙ୍କ କେୱାଇସି ସଂଯୋଗ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରାଶନ କାର୍ଡ ସଂଶୋଧନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ଆଧାର କାର୍ଡ ବା କେୱାଇସି ସାରିବା ପାଇଁ ଡ଼ିଲରମାନଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ କେତେଜଣ ଡ଼ିଲର ମେଶିନ ଧରି ବିଭିନ୍ନ ରାଜ୍ୟରେ ବୁଲୁଛନ୍ତି। ସେମାନେ ସେଠାକୁ ଯାଇଥିବା ଦାଦନ ଶ୍ରମିକ ଓ ଠିକାଦାରମାନଙ୍କୁ ହାତକରି କେୱାଇସି ସଂଯୋଗ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।

ଏଥିପାଇଁ ପ୍ରତି ଶ୍ରମିକ ୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦେଉଛନ୍ତି। ଏ ନେଇ ହାଇଦ୍ରାବାଦ ଓ ଚେନାଇରେ ରହୁଥିବା କେତେଜଣ ଦାଦନ ଶ୍ରମିକ ଅଭିଯୋଗ କରିବା ସହ ନିଜ ନାମ ଗୋପନ ରଖିବା ପାଇଁ କହିଛନ୍ତି। ତେବେ ନାନା ସହିତ ଆଧାର ସଂଯୋଗ ନ କଲେ ଆଗାମୀ ଦିନରେ ରାଶନ କାର୍ଡରୁ ବଞ୍ଚିତ ରହିବେ ବୋଲି ଡିଲରମାନେ କହୁଛନ୍ତି। ଆମ୍ଭେମାନେ ବାଧ୍ୟ ହୋଇ ନିଜ ନିଜର ନାମ ସଂଯୋଗ କରୁଥିବା ଅଭିଯୋଗ ହେଉଛି।

ଅପରପକ୍ଷେ ମହାକାଳପଡ଼ା ବ୍ଲକ ଚାଉଳ ଯୋଗାଣକାରୀ ସଂସ୍ଥା ଖୁଚୁରା ବିକ୍ରୟ କେନ୍ଦ୍ରରେ ଯୋଗାଣ କରୁଥିବା ପ୍ରତି ଚାଉଳ ବସ୍ତାରେ ୫ କିଲୋ କମ ରହୁଥିବା ଜଣେ ଡିଲର କହିଛନ୍ତି। ଏଥିପାଇଁ ପ୍ରତିମାସରେ କେତେଜଣ ହିତାଧିକାରୀ ରାଶନ ସାମଗ୍ରୀରୁ ବଞ୍ଚିତ ରହୁଛନ୍ତି। ହେଲେ ଡିଲରମାନେ ବ୍ଲକ ଚାଉଳ ଯୋଗାଣକାରୀ ସଂସ୍ଥା କର୍ମକର୍ତ୍ତାଙ୍କୁ ପଚାରିଲେ ଉତ୍ତର ମିଳୁଛି ତୁମେ ଏ ମାସରେ ଆଡଜଷ୍ଟ୍ସ କରିଦିଅ। ପରବର୍ତ୍ତୀ ମାସରେ ନିଅଣ୍ଟ ଚାଉଳ ମିଳିବ। ଅନେକ ଖାଉଟି ଖୁଚୁରା ବିକ୍ରୟ କେନ୍ଦ୍ରରେ ସୂଚନା ଫଳକ ନ ଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ରାଶନ ସାମଗ୍ରୀ ଯୋଗାଣକୁ ନେଇ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଯୋଗାଣ ବିଭାଗ , ଚାଉଳ ଯୋଗାଣକାରୀ ସଂସ୍ଥା ଓ କେତେଜଣ ଡିଲରଙ୍କ ମଧ୍ୟରେ ଥିବା ସମ୍ପର୍କ ଯୋଗୁ ଖାଉଟିମାନେ ହଇରାଣ ହେଉଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଯୋଗାଣ ଅଧିକାରୀ ସ୍ବରୂପ କୁମାର ଦାସ କହିଛନ୍ତି, ଅଭିଯୋଗ ଆସିଲେ ଏହି ଘଟଣାର ତଦନ୍ତ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଳୁଛି ଛେନାପୋଡ଼ ଦିବସ: ଜାଣନ୍ତୁ ପ୍ରସିଦ୍ଧ ଓଡ଼ିଆ ମିଠାର ଉତ୍ପତ୍ତି ଏବଂ ଗୁରୁତ୍ୱ

ଛେନାପୋଡ଼ର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱକୁ ଉଜାଗର କରେ। ଏହା ଓଡ଼ିଶାର ପରିଚୟ ସହିତ ଜଡ଼ିତ ଏକ ମିଠା ଯାହା ରାଜ୍ୟ ତଥା ରାଜ୍ୟ ବାହାରେ...

ଜାପାନ ଯିବେ ୩ ମେଧାବୀ ଛାତ୍ରୀଛାତ୍ର

ଢେଙ୍କିକୋଟ,୧୧ା୪(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ରେ ଥିବା ଶିକ୍ଷାନୁଷ୍ଠାନ ଶ୍ରୀଗୁରୁକୁଳ ଇଂଲିଶ ମିଡିୟମ ସ୍କୁଲର ୩ ମେଧାବୀ ଛାତ୍ରୀଛାତ୍ର ଜାପାନ ଯିବେ। ସେମାନେ ହେଉଛନ୍ତି ୧୦ମ...

ବିଧାୟକଙ୍କୁ ପାଠ ପଢ଼ାଇବେ ନଡ୍ଡା, ଅଭିଜ୍ଞ ସମ୍ପନ୍ନ ନେତାଙ୍କଠାରୁ ଶିଖିବେ ନବାଗତ

ଭୁବନେଶ୍ୱର,୧୧ା୪: ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ଶନିବାରଠାରୁ ଅନୁଷ୍ଠିତ...

ଅଣ୍ଡାରୁ ବାହାରିବା ପରେ ସମୁଦ୍ର ମୁହାଁ ହେଉଛନ୍ତି କୁନି ଅଲିଭ୍‌ ରିଡ୍‌ଲେ ଶାବକ

ଗଞ୍ଜାମ,୧୧ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ଅଲିଭ ରିଡ୍‌ଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଦୈନିକ ଏବେ...

ଖୁବଶୀଘ୍ର ଶେଷ ହେବ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଅକ୍ଟୋବରରେ ଉଦଘାଟନ

ଭୁବନେଶ୍ୱର,୧୧ା୪: ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୦୨୫ ରେ ସମାପ୍ତ ହେବାର ଯୋଜନା ରହିଛି। ରେଳ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ...

କିଏ ସେହି ପୀୟୁଷ ସଚଦେବ, ଯିଏ ଭାରତର ବଡ଼ ଶତ୍ରୁ ତହଉର ରାଣାଙ୍କୁ ଫାଶୀରୁ ରକ୍ଷା କରିପାରିବେ: ଜାଣନ୍ତୁ ଓକିଲ ନିଯୁକ୍ତ ପଛର ନିୟମ

ମୁମ୍ବାଇ,୧୧।୪: ୨୬ ନଭେମ୍ବର ୨୦୦୮, ଏହି ଦିନ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣକୁ ପ୍ରାୟ ୧୭ ବର୍ଷ ବିତିଗଲାଣି। କିନ୍ତୁ ଏହି ଷଡ଼ଯନ୍ତ୍ରର...

ଗାଁକୁ ଚାଲ ଅଭିଯାନରେ ସାମିଲ ହେଲେ ଯୁବଗୋଷ୍ଠୀ, ପଚାରି ବୁଝିବେ ଲୋକଙ୍କ ସୁଖଦୁଃଖ

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଭାଜପା ପକ୍ଷରୁ ବର୍ତ୍ତମାନ ଗାଁକୁ ଚାଲ ଅଭିଯାନ ଚାଲିଛି। ଏହି ଅବସରରେ କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ଭଲମନ୍ଦ କଥା...

ଜଙ୍ଗଲୀ ବାର୍‌ହା ଶିକାର କରି ୪ ଅଟକ

ଦେବଗଡ଼,୧୧ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ବଳମ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ନିକଟ ଖସଡ଼ା ଜଙ୍ଗଲରେ ଏକ ବାର୍‌ହା ଶିକାର କରାଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image