Advertisement

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଚଳିତ ଜୁଲାଇ ୧୭ରୁ ୩୦ ପର୍ଯ୍ୟନ୍ତ ବାତିଲ କରିଛନ୍ତି। କୌଣସି କର୍ମଚାରୀ ନିଜ ସଦର ମହକୁମା ଛାଡ଼ି ଯାଇ ପାରିବେ ନାହିଁ। ଯଦି କୌଣସି କର୍ମଚାରୀଙ୍କର ନିହାତି ଛୁଟି ଆବଶ୍ୟକ ଥାଏ ତେବେ ଜିଲାପାଳଙ୍କ ଅନୁମତି ନେଇ ଛୁଟିରେ ଯାଇ ପାରିବେ ବୋଲି ଜିଲା ଜରୁରିକାଳୀନ ନିର୍ଦ୍ଦେଶନାମାରେ ଜଣାଇ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share