ସାଇବର ଠକେଇରେ ସରକାରୀ କର୍ମଚାରୀ: ପୁରସ୍କାର ଲୋଭରେ ହରାଇଲେ ୨ଲକ୍ଷ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜଧାନୀରେ ଆଉଏକ ସାଇବର ଠକେଇ ଘଟଣା ଘଟିଛି। ଠକେଇର ଶିକାର ହୋଇଛନ୍ତି ଶହୀଦନଗର ଥାନା ଅନ୍ତର୍ଗତ ଆଇଏମ୍‌ଏମ୍‌ଟି କ୍ୟାମ୍ପସରେ ରହୁଥିବା ଗିରିରାଜ ଦର୍ଜୀ। ସାଇବର ଠକମାନେ ତାଙ୍କୁ ପୁରସ୍କାରର ଲୋଭ ଦେଖାଇ ପାଖାପାଖି ୨ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ଗିରିରାଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଗିରିରାଜ ନିଜ ଭଉଣୀଙ୍କ ଆଣ୍ଠୁଗଣ୍ଠି ସମସ୍ୟାର ଉପଚାର ନିମନ୍ତେ ଅନ୍‌ଲାଇନ୍‌ରେ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଆୟୁର୍ବେଦିକ ଔଷଧ ମଗାଉଥିଲେ। ଗତ ଜୁଲାଇ ୨୯ରେ ଗିରିରାଜଙ୍କ ଫୋନ୍‌କୁ ପ୍ରଥମେ ଏକ ମେସେଜ ଓ ପରେ ଫୋନ୍‌ କଲ ଆସିଥିଲା। ନିୟମିତ ଆୟୁର୍ବେଦିକ ତେଲ ମଗାଇଥିବାରୁ ଲକି ଡ୍ର’ରେ ୮ଲକ୍ଷ ୫୦ହଜାର ଟଙ୍କାର ପୁରସ୍କାର ଜିତିଥିବା ନେଇ କଲ୍‌ କରିଥିବା ବ୍ୟକ୍ତିଜଣକ ଗିରିରାଜଙ୍କୁ କହିଥିଲେ। ଏଥିସହ ପୁରସ୍କାର ରାଶି ପାଇବା ପାଇଁ ଏକ ଫର୍ମ ପୂରଣ କରି ରେଜିଷ୍ଟ୍ରେଶନ କରିବାକୁ କହିଥିଲେ। କିନ୍ତୁ ଗିରିରାଜ ନ କରିବାରୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ବାରମ୍ବାର ଫୋନ୍‌ କରି ପୁରସ୍କାର ଟଙ୍କା କମ୍ପାନୀ ପାଖକୁ ଫେରି ପଳାଇବ ବୋଲି କହୁଥିଲେ। ଶେଷରେ ଲୋଭରେ ଗିରିରାଜ ସମସ୍ତ ତଥ୍ୟ ଦେଇ ରେଜିଷ୍ଟ୍ରେଶନ କରିଥିଲେ। ଏଥିସହ ରେଜିଷ୍ଟ୍ରେଶନ ଚାର୍ଜ, ବିଳମ୍ବ ରେଜିଷ୍ଟ୍ରେଶନ ଓ ଟ୍ୟାକ୍ସକୁ ମିଶାଇ ୮ହଜାର ଟଙ୍କା ନେଇଥିଲେ। ପରେ ଅନ୍ୟ କେତେକ ଲୋଭ ଦେଖାଇ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨ଲକ୍ଷ ଟଙ୍କା ନେଇଯାଇଥିଲେ। ଗିରିରାଜ ଧାରଉଧାର କରି ଉକ୍ତ ଟଙ୍କା ଦେଇଥିଲେ। ଠକମାନେ ତାଙ୍କୁ ଟଙ୍କା କିମ୍ବା କାର୍‌ ନେଇପାରିବେ ବୋଲି କହିବାରୁ ଗିରିରାଜ ଟଙ୍କା ନୋବକୁ କହିଥିଲେ। ପରେ ଉକ୍ତ ବ୍ୟକ୍ତି ଜଣକ ସମୟ ଗଡ଼ାଇ ଚାଲିବା ସହ ଫୋନ୍‌ ଉଠାଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଗିରିରାଜ ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri