ଶପଥ ଗ୍ରହଣ ସମାରୋହରେ ଅଧାଦିନ କାମ କରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର,୧୦।୬: ବୁଧବାର ଅପରାହ୍ନ ୪ଟା ୪୫ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ପୂର୍ବରୁ ଜୁନ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହାକୁ ବଦଳାଇ ଜୁନ ୧୨ ତାରିଖକୁ ଅର୍ଥାତ୍‌ ବୁଧବାର ଦିନ ଧାର୍ଯ୍ୟ ହୋଇଛି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ନିର୍ଦ୍ଦେଶ ଦିଆଯାଇଛି ଯେ, ଶପଥ ଗ୍ରହଣ ଦିନ ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଅଫିସ ଦିନ ୧ଟାରୁ ବନ୍ଦ ରହିବ।