ସୋନପୁର;୨୭l୧୧(ମୃତ୍ୟୁଞ୍ଜୟ ଶତପଥୀ): ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଲାଞ୍ଚ ନେଇ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର କର ସୋମବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ଉଲୁଣ୍ଡା ବ୍ଲକ ଯାଲୋଏ ଗ୍ରାମର ଲକ୍ଷ୍ମଣ ତ୍ରିପାଠୀଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଡାକ୍ତର ସଞ୍ଜୀବ ୫୫୦୦ ଟଙ୍କା ଲାଞ୍ଚ ନେଉଥିଲେ l
ସେତିକିବେଳେ ଭିଜିଲାନ୍ସ ବିଭାଗର ଏକ ଟିମ୍ ଡ଼ାକ୍ତରଖାନା ଓପିଡ଼ିରୁ ଡାକ୍ତର ସଞ୍ଜୀବଙ୍କୁ ଗିରଫ କରିଥିଲା। ଏପରି କି ଭିଜିଲାନ୍ସ ଟିମ୍ ଡାକ୍ତର ସଞ୍ଜୀବଙ୍କ ଅଫିସ, ସରକାରୀ ବାସଭବନ ଏବଂ ବଲାଙ୍ଗୀର ସୁଦପଡ଼ାସ୍ଥିତ ବାସଭବନରେ ଏକକାଳୀନ ଚଢ଼ାଉ ଜାରି ରହିଛି।