ସରକାର ଚାଷୀଙ୍କ ବଡ଼ ଶତ୍ରୁ: କଂଗ୍ରେସ

ଭୁବନେଶ୍ୱର,୪।୨(ସୁନିତ୍‌ ମିଶ୍ର): ରାଜ୍ୟର ଶାସନ ଦାୟିତ୍ୱରେ ଥିବା ସରକାର ଚାଷୀଙ୍କ ସବୁଠୁ ବଡ଼ ଶତ୍ରୁ। କୃଷକଙ୍କ ବନ୍ଧୁ ବୋଲି ଦାବି କରୁଥିବା ଏହି ସରକାର ବାସ୍ତବରେ ଚାଷୀଙ୍କୁ ଲୁଟ୍‌ କରିବାରେ ଧୁରନ୍ଧର। କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧,୮୭୯ କୋଟି ଟଙ୍କାର ସହାୟତା ଦେଉଥିବାବେଳେ ସେମାନଙ୍କ ଠାରୁ ୫,୮୭୭ କୋଟି ଟଙ୍କା ଲୁଟ୍‌ କରୁଥିବା କଂଗ୍ରେସ ଅଭିଯୋଗ କରିଛି।
ଭବନଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ରାଜ୍ୟର ବିଜେଡି ସରକାର ଚାଷୀଙ୍କୁ ଯେତିକି ସହାୟତା ଦେଉଥିବା ନେଇ ଦାବି କରୁଛନ୍ତି, ତା’ର ୩ ଗୁଣା ଚାଷୀଙ୍କଠାରୁ ଲୁଟୁଛନ୍ତି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ୨୦୨୩-୨୪ ବର୍ଷ ପାଇଁ ୭୯ ଲକ୍ଷ ମେଟ୍ରିକ ଟନ୍‌ ଧାନ ସରକାର କିଣିବେ ବୋଲି ଘୋଷଣା କରିଥିଲେ। ସେହିପରି ୧୨.୩୫ ଲକ୍ଷ ପଞ୍ଜୀକୃତ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୨୧୮୩ ଟଙ୍କାରେ ଧାନ କିଣାଯିବ ବୋଲି ନିର୍ଦ୍ଧାରଣ କରାଯାଇଛି। ମଣ୍ଡିରେ ଧାନ ବିକ୍ରି ବେଳେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ହାରାହାରି ୭ କିଲୋ ଧାନ କଟ୍‌ନି ଛଟ୍‌ନି କରାଯାଉଛି, ଯାହାର ମୂଲ୍ୟ ୧୩୫ ଟଙ୍କା। ଅଖା ମିଲ୍‌ ମାଲିକ ଦେବା କଥା। ମାତ୍ର ଚାଷୀ ତାକୁ ଭରଣା କରୁଛି ଓ ସେ ବାବଦକୁ ୬୪ ଟଙ୍କା ଦେବାକୁ ବାଧ୍ୟ ହେଉଛି। ପୁଣି ଧାନ ବସ୍ତା ଲୋଡିଂ ପାଇଁ କୁଇଣ୍ଟାଲ ପିଛା ହାରାହାରି ୧୦ ଟଙ୍କା ଚାଷୀ ଖର୍ଚ୍ଚ କରୁଛି। ଅର୍ଥାତ୍‌ ମୋଟ୍‌ ଉପରେ ଚାଷୀ କୁଇଣ୍ଟାଲ ପିଛା ହାରାହାରି ୨୨୭ ଟଙ୍କା ଖର୍ଚ୍ଚ କରୁଛି। ୭୯ ଲକ୍ଷ ଟନ୍‌ ଧାନ ପାଇଁ ସର୍ବମୋଟ୍‌ ୧୭୯୩ କୋଟି ଟଙ୍କା ଚାଷୀଙ୍କ ଉପରେ ବୋଝ ପଡୁଛି। ଏହା କ’ଣ ଚାଷୀଙ୍କୁ ଶୋଷଣ ନୁହେଁ କି ବୋଲି ଦାସ ପ୍ରଶ୍ନ କରିଛନ୍ତି। ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ୨୪ବର୍ଷ ଭିତରେ ୨୪ଟି ଶୀତଳ ଭଣ୍ଡାର ନିର୍ମାଣ କରିପାରିନାହାନ୍ତି। ରାଜ୍ୟର ୩୫ ଶତାଂଶ ଜମିକୁ ଜଳସେଚନ ସୁବିଧା ଦେବାର ପ୍ରତିଶ୍ରୁତି ସରକାର ଦେଇଥିଲେ। ମାତ୍ର ତାହା ପ୍ରତାରଣାରେ ପରିଣତ ହୋଇଛି ବୋଲି ଅମିୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri