Categories: ଜାତୀୟ

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଇନାହାନ୍ତି ସରକାର: ତୋମାର

ନୂଆଦିଲ୍ଲୀ,୨୦ା୭: କୃଷକ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସ୍‌କେଏମ୍‌)କୁ କେନ୍ଦ୍ର ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ନିମନ୍ତେ କମିଟି ଗଠନର ପ୍ରତିଶ୍ରୁତି ଦେଇ ନ ଥିଲେ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଙ୍ଗଳବାର ଲୋକ ସଭାରେ କହିଛନ୍ତି। କୃଷି ଆଇନ ପ୍ରତ୍ୟାହାର ପାଇଁ ୨୦୨୧ରେ ଏସ୍‌କେଏମ୍‌ ନେତୃତ୍ୱରେ ହଜାର ହଜାର କୃଷକ ଗତ ବର୍ଷ ଦିଲ୍ଲୀ ସୀମାରେ ପ୍ରାୟ ବର୍ଷେ ଧରି ଆନ୍ଦୋଳନ ଚଲାଇବା ପରେ କେନ୍ଦ୍ର ସରକାର ବିବାଦୀୟ ୩ କୃଷି ଆଇନକୁ ଗତ ନଭେମ୍ବରରେ ପ୍ରତ୍ୟାହାର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନ ଫେରାଇନେବା ବାବଦରେ ଘୋଷଣା କରିବା ସହ ଏମ୍‌ଏସ୍‌ପି ଉପରେ ଗ୍ୟାରେଣ୍ଟି ପାଇଁ ଏକ କମିଟି ଗଠନ କରାଯିବ ବୋଲି କହିଥିଲେ। ଏମ୍‌ଏସ୍‌ପିକୁ ଅଧିକ ପ୍ରଭାବୀ ଓ ପାରଦର୍ଶୀ କରିବା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫସଲ ଢାଞ୍ଚାରେ ପରିବର୍ତ୍ତନ ଆଣିବା ପାଇଁ ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ବୋଲି ତୋମାର ସୂଚନା ଦେଇଛନ୍ତି।

Share