Categories: ଜାତୀୟ

୨୦୨୩ ସୁଦ୍ଧା ଗୋଆରେ ଖୋଲିବ ୫ଶହ ସିନେମା ହଲ୍‌

ପଣଜୀ,୬।୧୨: ୨୦୨୩ ମାର୍ଚ୍ଚରେ ଭାରତର ଗ୍ରାମାଞ୍ଚଳର ଲୋକମାନେ ନିଜ ଗାଁରେ ସିନେମା ଉପଭୋଗ କରିପାରିବେ। ଏହି ଦିଗରେ ସରକାର ଆଉ ଏକ ପାଦ ଆଗକୁ ବଢ଼ାଇବା ସହ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ବର୍ଷ ସରକାର ସିଏସ୍‌ସି ମାଧ୍ୟମରେ ଗାଁରେ ସିନେମା ହଲ ଖୋଲିବାକୁ ଯାଉଛନ୍ତି। ଏହା କେବଳ ସିନେମା ହଲ ନୁହେଁ ବରଂ ଗ୍ରାମରେ ଛୋଟ ବ୍ୟବସାୟୀଙ୍କୁ ଉତ୍ସାହିତ କରିବାର ଏକ ମାଧ୍ୟମ। ଏହିପରି ଭାବରେ ଗୋଟିଏ ତୀରରେ ଦୁଇଟି ଶୀକାର ଭଳି କଥାକୁ ସରକାର ପ୍ରୟୋଗ କରିବାକୁ ଯାଉଛନ୍ତି। ଏନେଇ ସୋମବାର କମନ୍‌ ସର୍ଭିସ ସେଣ୍ଟର (ସିଏସ୍‌ସି) ପକ୍ଷରୁ ଘୋଷଣା କରାଯାଇଛି। ଭାରତ ରସିଏସ୍‌ଇ ଇ-ଗଭର୍ନାନ୍ସ ସେବା ଏଥିପାଇଁ ଅକ୍ଟୋବର ସିନେମା ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛି। ସୂଚନା ମୁତାବକ, ୨୦୨୩ ଶେଷ ସୁଦ୍ଧା ଭାରତରେ ୧୫୦୦ ସିନେମା ହଲ୍‌ କାମ କରିବ। ଏଥିରେ ୧୦୦ରୁ ୨୦୦ ଲୋକଙ୍କ ବସିବାର କ୍ଷମତା ରହିବ।

Share