୯ ବର୍ଷରେ ସରକାର ଡିବିଟିରୁ ସଞ୍ଚୟ କରିଛନ୍ତି ୨.୭୩ ଲକ୍ଷ କୋଟି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଧାର୍ଯ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଯୋଜନା ଗ୍ରହଣ କରି ସରକାର ଗତ ୯ ବର୍ଷ ମଧ୍ୟରେ ୨.୭୩ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛନ୍ତି। ଏନଜିଓ ଦିଶା ଭାରତୀ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୀତାରମଣ କହିଛନ୍ତି ସରକାରୀ ଯୋଜନାରେ ତ୍ରୁଟି ଦୂର କରିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ସହାୟତା କରିବାରେ ଡିବିଟି ସାହାଯ୍ୟ କରିଛି।

ଅର୍ଥମନ୍ତ୍ରୀ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଶାସନର ଦକ୍ଷତା ସହିତ ଡିବିଟି ଗ୍ରହଣ କରି ଶିକ୍ଷା ଏବଂ ସ୍ବାସ୍ଥ୍ୟ ପାଇଁ ଅଧିକ ପାଣ୍ଠି ଉପଲବ୍ଧ ହେବାର ସମ୍ଭାବନାକୁ ଆମେ ଉନ୍ନତ କରିଛୁ। ସେ କହିଛନ୍ତି ଡିବିଟି ପ୍ରବର୍ତ୍ତନ ସହିତ ପେନସନ, କାର୍ଯ୍ୟ ପାଇଁ ମଜୁରୀ, ସୁଧ ଛାଡ ଏବଂ ଏଲପିଜି ଗ୍ୟାସ ସବସିଡି ରାଶି ହିତାଧିକାରୀଙ୍କ ଆଧାର ସହିତ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯାଉଛି ଏବଂ ସମସ୍ତ ନକଲି ବ୍ୟାଙ୍କ ଆକାଉଣ୍ଟକୁ ହଟାଇ ଦିଆଯାଇଛି।

Share