ସଜନାଗଡ଼,୩୧।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ୱେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ମାଳମାଳ ସରକାରୀ ହୋର୍ଡିଂ ଦେଖିବାକୁ ମିଳିଛି। ଏହି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ସରକାରୀ କାର୍ଯ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ ସମ୍ମୁଖରେ ଲାଗିଥିବା ହୋର୍ଡିଂକୁ ଅଦ୍ୟାବଧି ହଟାଯାଇ ନାହଁି। ସଜନାଗଡ଼ ଓ ମାଟିଆଳି ପଞ୍ଚାୟତରେ ବଡ଼ ବଡ଼ ହୋର୍ଡିଂ ଲାଗିଛି। ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଏସବୁ ହୋର୍ଡିଂ ହଟା ନ ଯିବା ଶାସକ ଦଳ ପ୍ରତି ଅନୁକମ୍ପା ଥିବା ଅଭିଯୋଗ ହୋଇଛି। ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ନୀଳଗିରି ଉପ-ଜିଲାପାଳ ଦୀପ୍ତି ରଞ୍ଜନ ସେଠୀଙ୍କୁ ପଚାରିବାରୁ ଏଥିପ୍ରତି ସେ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି।