ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି। ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ଛାତ ଉପରେ ଏପରି ହୋର୍ଡିଂ ଲାଗିଥିବା ଦେଖିବାକୁ ମିଳଛି। ଏହାକୁ ନେଇ ବିରୋଧୀ ରାଜନୈତିକ ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇତିମଧ୍ୟରେ ଏ ସମ୍ପର୍କରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଏହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି। ନିର୍ବାଚନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। କୋରାପୁଟ ଭାଜପା ବିଧାୟକ ପ୍ରାର୍ଥୀ ରଘୁରାମ ମାଛଙ୍କୁ ପଚାରିବାରୁ ସେ ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଖୋଲି ଉଲ୍ଲଂଘନ କରୁଛି ବୋଲି କହିଥିଲେ। ସୁନାବେଡା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ, ଏପରି ହୋଡିଂ ଲାଗିଥିବା ବିଷୟରେ ସେ ଅବଗତ ଅଛନ୍ତି। ଏନେଇ କୋରାପୁଟ ଉପଜିଲାପାଳ ଓ ସେମିଳିଗୁଡା ତହସିଲଦାରଙ୍କୁ ଅବଗତ କରାଇଛନ୍ତି। ତା’ଛଡା ନିୟମ ଅନୁଯାୟୀ ବେସରକାରୀ ସ୍ଥାନରେ ଉପଯୁକ୍ତ ଅନୁମତି ନେଇ ହୋର୍ଡିଂ ଲଗାଯାଇପାରିବ ବୋଲି ସେ କହିଛନ୍ତି।