ଗଞ୍ଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ

ଫୁଲବାଣୀ,୨୪ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି ତାହା ଉପରେ କିଛି ତଥ୍ୟ ପ୍ରଦାନ କରାଯାଉନାହିଁ। ପ୍ରକାରାନ୍ତରେ ଏସବୁ ଚାଷ ସରକାରୀ ଜମିରେ କରାଯାଉଛି। ତାହା ରାଜସ୍ବ ବିଭାଗର ହେଉ ଅବା ଜଙ୍ଗଲ ବିଭାଗର। ଏହି ଦୁଇ ବିଭାଗର ଅଧିକାରୀ ସବୁ ଜାଣି ନୀରବ। କହିବାକୁ ଗଲେ ଗଂଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ ରହିଛି। ଜିଲାରେ ଗଞ୍ଜେଇ ମାଫିଆମାନେ ଖୁଲମ୍‌ଖୁଲା ସେମାନଙ୍କ ସାମ୍ରାଜ୍ୟ ଚଳାଉଛନ୍ତି। ଜିଲାରେ ପ୍ରତି ବ୍ଲକସ୍ତରର ଲୋକ ପ୍ରତିନିଧି, ବିଡିଓ, ତହସିଲଦାର, ଅବକାରୀ ବିଭାଗ ଓ ବନ ବିଭାଗକୁ ନେଇ ବିଭିନ୍ନ ସମୟରେ ଗଞ୍ଜେଇ ଚାଷ ରୋକିବାକୁ ପ୍ରୟାସ କରାଯାଉଛି। ଲୋକପ୍ରତିନିଧି ମାନଙ୍କୁ ଗଞ୍ଜେଇ ଚାଷ ରୋକିବା ଉପରେ ଏନ୍‌ଡିପିଏସ୍‌ ଧାରା ୪୬ ଓ ୪୭ର ସର୍ମ୍ପକରେ ଅବଗତ କରାଯାଉଛି। ହେଲେ କିଛି ଲାଭ ହେଉନି।
ଧାରା ୪୬ ଓ ୪୭ ଅନୁଯାୟୀ ଯଦି କୌଣସି ସରକାରୀ ଅଫିସର, ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଗଞ୍ଜେଇ ଚାଷ ହେଉଥିବା ଜାଣିବାକୁ ପାଆନ୍ତି ତା’ହେଲେ ସେମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଜରୁରୀ। ତା ନ ହେଲେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଯଦି ଏପରି ଏକ ଆଇନ ଅଛି ତା’ହେଲେ ପ୍ରଥମ ଦୋଷୀ ଜଙ୍ଗଲ ବିଭାଗ। କାରଣ ଜଙ୍ଗଲ ଜମିରେ ଅଧିକାଂଶ ଗଂଜେଇ ଚାଷ ହୋଇଥାଏ। ଏଥିପାଇଁ ଫରେଷ୍ଟ ଗାର୍ଡ, ରେଞ୍ଜର ଏବଂ ଡିଏଫଓ ଦାୟୀ ହେବା ଉଚିତ। କିନ୍ତୁ ଆଜି ଯାଏ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ।
ଜିଲାରେ ପୋଲିସ୍‌, ରାଜସ୍ବ, ଓ ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବେ ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି। ଜିଲାରେ ଥିବା ବନାଞ୍ଚଳରେ କେତେକ ଅସାଧୁ ଗଞ୍ଜେଇ ବେପାରୀ ଲାଭ ପାଇବା ଆଶାରେ ବେଆଇନ୍‌ ଗଞ୍ଜେଇ ଚାଷରେ ଲିପ୍ତ ରହୁଛନ୍ତି। ଆଜି ଯାଏ କୌଣସି ଜମିରେ ଗଞ୍ଜେଇ ଚାଷ ନ ହୋଇ ସରକାରଙ୍କ ତତ୍ୱାବଧାନରେ ଥିବା ଜଙ୍ଗଲ ଓ ରାଜସ୍ବ ଜମି ଗୁଡ଼ିକର ଦୁର୍ଗମ ଅଞ୍ଚଳରେ ହେଉଥିବା କୁହାଯାଉଛି। ଜଙ୍ଗଲ ବିଭାଗର କର୍ମଚାରୀ ସେମାନଙ୍କ ଅଧିନରେ ଥିବା, ଫରେଷ୍ଟ ବିଟ୍‌ ମଧ୍ୟରେ ମୋଟ ଉପରେ ଗଞ୍ଜେଇ ଚାଷ ଉପରେ କେବେ ସରକାରଙ୍କୁ ଅବଗତ କରୁନାହାନ୍ତି। ଅନ୍ୟପକ୍ଷେ ପୋଲିସ ଏବଂ ଅବକାରୀ ବିଭାଗ ଏସବୁର ଫାଇଦା ନେଉଛି। ଜିଲାର ଫିରିଙ୍ଗିଆ ଥାନା ଏବଂ ଗୋଚ୍ଛାପଡା ଥାନା ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଛି ।ଉଭୟ ବିଭାଗ ଜାଣତରେ ଏସବୁ ହେଉଛି। ହେଲେ ଅଧିକାଂଶ ସମୟରେ ଏହି ଦୁଇଟି ଥାନାର କର୍ମଚାରୀ ଖାଲି ଗଂଜେଇ ଜବତ କରୁଥିବା ପ୍ରେସ୍‌ ନୋଟ ଦେଉଛନ୍ତି। ଚଢ଼ାଉ ବେଳେ ଚାଲାଣକାରୀ ଫେରାର ହୋଇ ଯାଉଥିବା କହୁଛନ୍ତି। ଆଜି ପର୍ଯ୍ୟନ୍ତ ଯେତେ ଚାଲାଣକାରୀ ଫେରାର ଅଛନ୍ତି ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତକୁ ପୋଲିସ ଧରିବାରେ ବିଫଳ ହୋଇଛି। ପ୍ରକୃତରେ ସେମାନେ ଫେରାର ହେଉଛନ୍ତି ନା ସେମାନଙ୍କୁ ଛାଡି ଦିଆଯାଉଛି ତାହା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ ଖାଲି ଗଞ୍ଜେଇ ଗଛ କାଟିବା ନାଁରେ କୋଟି କୋଟି ଟଙ୍କା ଜିଲାରେ ଚଳୁ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri