ଭୋଟ ଦିନ ବନ୍ଦ ରହିବ ସରକାରୀ ଅନୁଷ୍ଠାନ, ବ୍ୟାଙ୍କ୍‌

ଭଦ୍ରକ ଅଫିସ, ୨୦।୧୦: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ରାଜନୀତି ସରଗରମ ରହିଛି। ତେବେ ଭୋଟ ଦିନ ଧାମନଗର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ ଏବଂ ବ୍ୟାଙ୍କ୍‌ ବନ୍ଦ ରହିବ। ଏନେଇ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା ହୋଇଛି।
ଧାମନଗର ଉପର୍ନିବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ପ୍ରଚାର ଜୋରଦାର ଚାଲିଛି। ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ନିର୍ବାଚନମଣ୍ଡଳୀର ୨.୩୮ଲକ୍ଷ ଭୋଟର ଆସନ୍ତା ନଭେମ୍ବର ୩ ତାରିଖରେ ନିଜର ମତାଧିକାର ସାବ୍ୟସ୍ତ କରିବେ।

Share