Categories: ଜାତୀୟ

ରାଜ୍ୟରେ ନିର୍ବାଚନ କରିବାକୁ ଡରୁଛନ୍ତି ସରକାର: ଓମାର ଅବଦୁଲ୍ଲା…

ଶ୍ରୀନଗର,୧୯।୯ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ ବିରୋଧରେ ନୁହେଁ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଦଳର କୌଣସି ଆପତ୍ତି ନାହିଁ। ଜମ୍ମୁ-କଶ୍ମୀରର ବଡ଼ଗାମରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଓମାର କହିଛନ୍ତି, ’ଆମେ କେବେ ମହିଳାଙ୍କ ସଂରକ୍ଷଣ ବିରୋଧରେ ନ ଥିଲ।

ଆମେ ନିଜେ ଏହାକୁ ଏଠାରେ ଏବଂ ଅନ୍ୟାନ୍ୟ ସ୍ଥାନରେ ପଞ୍ଚାୟତରେ କାର୍ଯ୍ୟକାରୀ କରିଛୁ। ଆମେ ମହିଳା ସଂରକ୍ଷଣର ବିରୋଧୀ ନୁହଁ, ଆମର ଜନସଂଖ୍ୟାର ୫୦ ପ୍ରତିଶତ ଆମର ଭଉଣୀ ଏବଂ ମାତା, ସେମାନେ ଜନ ପ୍ରତିନିଧୀ ହେବାର ସୁଯୋଗ ପାଇବା ଉଚିତ। ଏଥିରେ ଆମର କୌଣସି ଆପତ୍ତି ନାହିଁ।

ଏହା ଜମ୍ମୁ-କଶ୍ମୀରରେ ଦଳ ଉପରେ ପ୍ରଭାବ ପକାଇବ କି ବୋଲି ପଚରାଯିବାରୁ ଅବଦୁଲ୍ଲା କହିଛନ୍ତି ଦଳରେ ଦକ୍ଷ ମହିଳା ନେତ୍ରୀଙ୍କ ଅଭାବ ନାହିଁ। ଏହା କିପରି ପ୍ରଭାବ ପକାଇବ? ଭାବୁଛନ୍ତି କି ଆମର କୌଣସି ମହିଳା ନାହାଁନ୍ତି ଯେଉଁମାନେ ସଂରକ୍ଷିତ ଆସନରେ ନିର୍ବାଚନ ଲଢ଼ି ପାରିବେ? ନ୍ୟାଶନାଲ କନଫରେନ୍ସରେ ମହିଳା ପ୍ରାର୍ଥୀଙ୍କ ଅଭାବ ନାହିଁ। ଆମର ଏକ ମହିଳା ୟୁନିଟ ଅଛି ଏବଂ ସେମାନେ ବୋ ସକ୍ରିୟ ଅଛନ୍ତି।

କେନ୍ଦ୍ର ଆଣିଥିବା ଉପରାଜ୍ୟପାଳଙ୍କ ପ୍ରଶାସନର ଏକ ସ୍ପଷ୍ଟ ସନ୍ଦର୍ଭରେ ସେ କହିଛନ୍ତି କୌଣସି ବିଲ ଆମକୁ ପ୍ରଭାବିତ କରିବ ନାହିଁ। ଆମେ କେବଳ ଯନ୍ତ୍ରଣା ଭୋଗୁଛୁ କାରଣ ରାଜ୍ୟରେ ଶାସକମାନେ ନିର୍ବାଚନକୁ ଭୟ କରୁଛନ୍ତି। ଶାସକ ଏକଛତ୍ରବାଦୀ ରାଜା ହୋଇଛନ୍ତି। ସେମାନେ ନିର୍ବାଚନ କରିବାକୁ ଚାହୁଁନାହାଁନ୍ତି। ଯେଉଁମାନେ ନିର୍ବାଚନ ଠାରୁ ଦୂରଉଛନ୍ତି ସେମାନଙ୍କ ପାଇଁ ବିପଦ ରହିଛି।

Share