Categories: ଜାତୀୟ

‘ଦେଶ ସହ ବିଶ୍ୱାସଘାତକତା କରୁଛନ୍ତି ସରକାର’

ନୂଆଦିଲ୍ଲୀ,୧୦।୬: ଲଦାଖ ସୀମାରେ ଚାଇନାର ସେତୁ ନିର୍ମାଣକୁ ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଟୁଇଟ୍‌ କରି ଲେଖିଛନ୍ତି- ଚାଇନା ଭବିଷ୍ୟତର କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି। ଏହାକୁ ଅଣଦେଖା କରି ସରକାର ଭାରତ ପ୍ରତି ବିଶ୍ୱାସଘାତକତା କରୁଛନ୍ତି।
ରାହୁଲ ଗାନ୍ଧୀଙ୍କ ପୂର୍ବରୁ ଆମେରିକାର ଜେନେରାଲ ଚାଲର୍‌ସ ଏ ଫ୍ଲିନି ଲଦାଖ ସୀମାରେ ଚାଲିଥିବା ଚାଇନାର ସେତୁ ନିର୍ମାଣ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଚାଇନା ସମ୍ପର୍କକୁ ଅସ୍ଥିର କରିବା ଏବଂ ନଷ୍ଟ କରିବାକୁ ଉଦ୍ୟମ କରୁଛି। ଚାଇନା କ୍ରମାଗତ ଭାବରେ ରାସ୍ତା ନିର୍ମାଣ କରୁଛି। ଏହା ଅସ୍ଥିର ଏବଂ କ୍ଷତିକାରକ ଆଚରଣ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,ଗତ ମାସରେ, ଚାଇନା ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ ହ୍ରଦ ଚାରିପାଖରେ ଆଉ ଏକ ସେତୁ ନିର୍ମାଣ କରୁଛି। ଏବେ ରାହୁଲ ଗାନ୍ଧୀଙ୍କ ଟୁଇଟ୍‌ ଲଦାଖରେ ଚାଇନାର ନିର୍ମାଣକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

Share