Categories: ଜାତୀୟ

ଶସ୍ତା ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ…

ନୂଆଦିଲ୍ଲୀ, ୭।୪ : ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଟୁଇଟ କରି ଦେଶବାସୀଙ୍କୁ ସ୍ବାସ୍ଥ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୁଣାତ୍ମକ ତଥା ଶସ୍ତା ସୁଲଭ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି।

ଏହା ସହିତ ସେ ସ୍ବାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ସମସ୍ତ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କର କଠିନ ପରିଶ୍ରମ ଯୋଗୁ ଲୋକେ ସୁରକ୍ଷିତ ରହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ଗର୍ବିତ ହେବାର ଆବଶ୍ୟକ ଯେ ଆମ ଦେଶରେ ବିଶ୍ୱର ସବୁଠୁ ବଡ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ଜାରି ରହିଛି।

ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାରେ ଗରିବ ଏବଂ ମଧ୍ୟବିତ୍ତ ଲୋକ ବେଶ୍‌ ଉପକୃତ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସମସ୍ତଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ସରକାର ଆୟୁଷ ନେଟୱାର୍କକୁ ବିସ୍ତାର କରୁଛନ୍ତି। ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ବହୁ ନୂତନ ମେଡିକାଲ କଲେଜ ସ୍ଥାପନ କରାଯାଇଛି। ସରକାର ସ୍ଥାନୀୟ ଭାଷାରେ ମେଡ଼ିକାଲ ଶିକ୍ଷା ଦେବା ପାଇଁ ଉଦ୍ୟମ କରୁଛନ୍ତି। ଏହାଦ୍ୱାରା ଦେଶର ଅଗଣିତ ଯୁବବର୍ଗଙ୍କର ଆଶା ଆକାଂକ୍ଷା ପୂରଣ ହୋଇ ପାରିବ।

Share