ନୂଆଦିଲ୍ଲୀ,୩୧।୩: ଗତ କିଛି ଦିନ ହେବ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି, ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦିଲ୍ଲୀର ଲୋକମାନେ କରୋନାକୁ ଭୟ କରିବା ଉଚିତ୍ ନୁହେଁ। କରୋନା ମୁକାବିଲା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସରକାରୀ ଲ୍ୟାବରେ ୪୦୦୦ ପରୀକ୍ଷା କରିବାର କ୍ଷମତା ଆମର ଅଛି। କରୋନାସହିତ ଲଢିବା ପାଇଁ ଆମର ୭,୯୮୬ ଶଯ୍ୟା ଅଛି । ଏହା ବ୍ୟତୀତ ଦେଶର ୬ଟି ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଛି। ଦିଲ୍ଲୀର ପରିସ୍ଥିତି ଚିନ୍ତାଜନକ ନୁହେଁ।
ସୂଚନାଯୋଗ୍ୟ, ୧୫ ମାର୍ଚ୍ଚରେ ଦିଲ୍ଲୀରେ ୪୨ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୦ ମାର୍ଚ୍ଚରେ ଏହା ୨୯୫କୁ ବୃଦ୍ଧି ପାଇଥିଲା।