ତଥ୍ୟ ଲୁଛାଉଛନ୍ତି ସରକାର: ୧୧୫୮ ଆକ୍ରାନ୍ତଙ୍କ ମୃତ୍ୟୁ ରିପୋର୍ଟ ଗାଏବ୍‌…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହିତ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜଧାନୀରେ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଶ୍ମଶାନରେ ଜୁଇ ନିଆଁ ଲିଭିବାର ନାଁ ଧରୁନି। ସେହିପରି କବରସ୍ତାନରେ ମଧ୍ୟ ସ୍ଥାନର ଅଭାବ ଦେଖାଦେଇଛି। ଦିଲ୍ଲୀରେ ସରକାର ମୃତକଙ୍କ ତଥ୍ୟ ରିପୋର୍ଟ ଲୁଚାଉଥିବା ଅଭିଯୋଗ ହୋଇଛି। ଏପ୍ରିଲ୍‌ ୧୮ରୁ ୨୪ ମଧ୍ୟରେ ଦିଲ୍ଲୀରେ ଥିବା ୨୬ଟି ଅନ୍ତିମ ସଂସ୍କାର ସ୍ଥଳକୁ ୩୦୯୬ ମୃତଦେହ ଆସିଥିବା ଜଣାପଡ଼ିଛି। ତେବେ ସରକାରୀ ହିସାବରେ ଏହି ସଂଖ୍ୟା ୧୯୩୮ ରହିଛି। ୧୧୫୮ ମୃତକଙ୍କର କୌଣସି ସୂଚନା ସରକାରୀ ରେକର୍ଡରେ ନାହିଁ। ସରକାର ଜାଣିଶୁଣି ତଥ୍ୟ ଲୁଚାଉଥିବା ଅଭିଯୋଗ ହେଉଥିବାବେଳେ ଶ୍ମଶାନ କେବଳ ମୂକସାକ୍ଷୀ ପାଲଟିଛି।

Share