ଜବତ ଖଣିଜକୁ ମିଳୁନି ପରିବହନ ଅନୁମତି, ରାଜସ୍ବ ହରାଉଛନ୍ତି ସରକାର

ଯୋଡ଼ା,୨୫ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଦୁଇଟି ରେଳ ସାଇଡିଂରୁ ଦାବିଦାର ନ ଥିବା ଲୁହାପଥରକୁ ଗତ ଡିସେମ୍ବରରେ ଖଣି ବିଭାଗ ଜବତ କରିଥିଲା। ଇତି ମଧ୍ୟରେ ତାହା ନିଲାମ ହୋଇସାରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ଖଣିଜଗୁଡ଼ିକର ପରିବହନ ଅନୁମତି ମିଳିପାରୁନାହିଁ। ଦକ୍ଷିଣ ପୂର୍ବ ରେଳ ପଥର ଚକ୍ରଧରପୁରସ୍ଥିତ ଡିଭିଜନ ଅନ୍ତର୍ଗତ ଏହି ରେଳ ସାଇଡିଂ ଆସୁଥିବାରୁ ଜବତ ଖଣିଜର ଗଚ୍ଛିତ ଭଡ଼ା ଏବେ ଚକ୍ରଧରପୁରସ୍ଥିତି ଡିସିଏମ କାର୍ଯ୍ୟାଳୟ ଦାବି କରୁଛି। ଯାହାକି ଆଇନ ପରିସର ବହିର୍ଭୁତ ବୋଲି ଖଣି ବିଶେଷଜ୍ଞ ମତ ଦେଉଛନ୍ତି। ଅପରପକ୍ଷରେ ଖଣିଜ ନିଲାମୀର ଦେଢ଼ ମାସ ପରେ ବି ନିଲାମଧାରୀ ପରିବହନ କରିପାରୁ ନ ଥିବାରୁ ସରକାର ରାଜସ୍ବ ହରାଉଛନ୍ତି।

ସୂଚନା ଅନୁଯାୟୀ, ଜୁରୁଡି ରେଳ ସାଇଡିଂର ଗୋଟିଏ ପ୍ଲାଟ୍‌ଫର୍ମରୁ ୧୩୨୪୩.୮୯୦ ମେଟ୍ରିକ୍‌ ଟନ ଓ ବାଂଶପାଣି ରେଳ ସାଇଡିଂର ଗୋଟିଏ ପ୍ଲାଟଫର୍ମରୁ ୩୯୮୧୮.୦୬୦ ମେଟ୍ରିକ ଟନ୍‌ ଦାବିଦାର ନ ଥିବା ଲୁହାପଥରକୁ ଖଣି ବିଭାଗ ଗତ ଡିସେମ୍ବରରେ ଜବତ କରିଥିଲା। ଏହା ପରେ ଉକ୍ତ ଲୁହାପଥରକୁ ଓଡ଼ିଶା ଖଣି ନିଗମ ମାଧ୍ୟମରେ ନିଲାମ କରାଯାଇଥିଲା। ଜୁରୁଡ଼ି ରେଳ ସାଇଡିଂରେ ଜବତ ଲୁହାପଥରକୁ ୫ କୋଟି ୮୧ ଲକ୍ଷ ଟଙ୍କା, ବାଂଶପାଣି ରେଳ ସାଇଡିଂ ରେଳ ସାଇଡିଂଠାରେ ଜବତ ଲୁହାପଥରକୁ ପ୍ରାୟ ୧୬ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ନିଲାମ ନେଇଥିବା ବ୍ୟବସାୟୀମାନେ ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟରୁ ପରିବହନ ଅନୁମୋଦନ ନେଇ ୨ ରେଳ ସାଇଡିଂରୁ ଲୁହାପଥରକୁ ପରିବହନ କରିବାକୁ ପ୍ରସ୍ତୁତ ହେଉ ଥିବା ବେଳେ ରେଳ ମନ୍ତ୍ରଣାଳୟ ପରିବହନ ଅନୁମତି ଦେଉନାହିଁ। ଏ ନେଇ ଖଣି ବିଭାଗ ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ଏକ ଶୀତଳଯୁଦ୍ଧ ଆରମ୍ଭ ହୋଇଛି। ଚୋରା ଖଣିଜ କାରବାରର ଏକ ମାଧ୍ୟମ ରେଳ ଦ୍ୱାରା ହୋଇଥାଏ ବୋଲି ଅତୀତରେ ନଜିର ରହିଛି। ୨୦୦୯ରୁ ୨୦୧୩ ମଧ୍ୟରେ ଅନେକ ଲକ୍ଷ ଟନ୍‌ ଦାବିଦାର ନ ଥିବା ଲୁହାପଥର ରେଳ ସାଇଡିଂରୁ ଜବତ ହୋଇଥିଲା। ସେତେବେଳେ ବହୁ ଅସାଧୁ ପରିବହନ ଠିକାଦାର, ରେଳ ଲୋଡିଂ ଠିକାଦାର ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ। ସେହି ଘଟଣା ଲୋକ ଲୋଚନରୁ ଲିଭି ନ ଥିବା ବେଳେ ପୁନଃ କିଛି ଅସାଧୁ ଲୋଡିଂ ଠିକାଦାର, ଅସାଧୁ କର୍ମଚାରୀ ରେଳ ସାଇଡିଂରେ ଜମା ଲୁହାପଥରକୁ ଲୋଡିଂ ବେଳେ ଖଣିଜ ନିଅଣ୍ଟ ହେଲେ ଜମା ଖଣିଜରୁ ଅସାଧୁ ଉପାୟରେ ଆଣି ରେଳ ରେକ୍‌ରେ ବୋଝେଇ କରି ଥାଆନ୍ତି ବୋଲି ଖଣି ବିଭାଗ ପକ୍ଷରୁ କୁହାଯାଇଛି।

ଏ ସଂକ୍ରାନ୍ତରେ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ କହିଛନ୍ତି, ରେଳ ମନ୍ତ୍ରଣାଳୟ ପରିବହନ ଅନୁମତି ଦେଉ ନ ଥିବାରୁ ସେ ଝାଡ଼ଖଣ୍ଡ ରାଜ୍ୟ ଚକ୍ରଧରପୁରସ୍ଥିତ ରେଲଓ୍ବେ କାର୍ଯ୍ୟାଳୟକୁ ୨୨ ଡିସେମ୍ବର ୨୦୨୩ରେ ଡିଭି ଜୋନାଲ ରେଲୱେ ମ୍ୟାନେଜର(ଡିଆରଏମ)ଙ୍କୁ ଚିଠି ଲେଖିଥିଲେ। ତେବେ ଚିଠିର କୌଣସି ଉତ୍ତର ସେ ପାଇ ନ ଥିବା କହିଛନ୍ତି। ଅନ୍ୟପକ୍ଷେ ରେଲ୍‌ଓ୍ବେର ଡମ୍ପ୍‌ ଆଣ୍ଡ ଲୋଡ୍‌ ପଲିସି ଅର୍ଥାତ୍‌ ଖଣିଜକୁ ଜମା ନ ରଖି ତୁରନ୍ତ ପରିବହନ ନିୟମ ରହିିଥିବା ବେଳେ କେବଳ ଗୋଟିଏ ପ୍ଲାଟ୍‌ଫର୍ମରେ ଏତେ ପରିମାଣର ଲୁହାପଥର କିପରି ଜମା ରହିଲା, ଏ ନେଇ ସେ ରେଳ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଛନ୍ତି। ଖଣିଜ ରଖିବା ପାଇଁ ଆବଶ୍ୟକ ଷ୍ଟୋରିଂ ଲାଇସେନ୍ସ ଖଣି ବିଭାଗ ପକ୍ଷରୁ ଦିଆଯାଇଥାଏ। ତାହା ମଧ୍ୟ ରେଳ ମନ୍ତ୍ରଣାଳୟ ପାଖରେ ନ ଥିବା ସେ ସୂଚନା ଦେଇଛନ୍ତି। ଷ୍ଟୋରିଂ ଲାଇସେନ୍ସ ନ ଥାଇ ଖଣିଜକୁ ଜମା ରଖିବା ନିୟମ ବିରୋଧ। ଏ ସଂକ୍ରାନ୍ତରେ ଖଣି ବିଭାଗ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଉପ ନିର୍ଦ୍ଦେଶକ ଅଗ୍ରୱାଲ କହିଛନ୍ତି। ଅନ୍ୟପକ୍ଷେ ଉକ୍ତ ରେଳ ସାଇଡିଂରେ ଥିବା ଲୁହାପଥରକୁ ପରିବହନ କରିବାକୁ ହେଲେ ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁରସ୍ଥିତ ଡିସିଏମ କାର୍ଯ୍ୟାଳୟ ପକ୍ଷରୁ ଗତ ୨ ତାରିଖରେ ନିଲାମ ନେଇଥିବା ବ୍ୟବସାୟୀ ସଂସ୍ଥା ଶୁଭମ ଟ୍ରେଡର୍ସକୁ ୱାର୍ଫେଜ ବାବଦକୁ ୬୯ କୋଟି ୭୯ ଲକ୍ଷ ୯୬ ହଜାର ୮ଶହ ଟଙ୍କା ଏବଂ ପ୍ରଫୁଲ୍ଲ ଏଣ୍ଟର୍‌ ପ୍ରାଇଜେସକୁ ୪୪ କୋଟି ୬୭ ଲକ୍ଷ ୨୯ ହଜାର ୪ଶହ ଟଙ୍କା ଜମା କରିବାକୁ ଚିଠି ଦ୍ୱାରା ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ଏ ନେଇ ଚକ୍ରଧରପୁରସ୍ଥିତ ରେଲ ଡିଭିଜନର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ…

ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri