Categories: ଜାତୀୟ

ପ୍ରଦୂଷଣ ଲକଡାଉନ୍‌ ପାଇଁ ସରକାର ପ୍ରସ୍ତୁତ, ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ…

ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ ପାଇଁ ସରକାର ଲକଡାଉନ୍‌ ଲାଗି ପ୍ରସ୍ତୁତ ହେଉଛନ୍ତି। ଏସମ୍ପର୍କିତ ଏକ ସତ୍ୟପାଠ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲଙ୍କ ସରକାର ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ସରକାର ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍‌ ଲାଗୁ କରିବାକୁ ଚାହୁଁଛନ୍ତି। ତେବେ ଏହା ଏନ୍‌ସିଆର୍‌ରେ ମଧ୍ୟ ଲାଗୁ ହେବା ଆବଶ୍ୟକ ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ଦିଲ୍ଲୀ ସରକାର ଲକଡାଉନ୍‌ ଜାରି କରିବା ସହିତ ବିଷାକ୍ତ ନିର୍ଗମନ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ ଲାଗି ଯୋଜନା ପ୍ରସ୍ତୁତ କରିଥିବା ସତ୍ୟପାଠରେ ଦର୍ଶାଯାଇଛି। ବାୟୁର ଗୁଣବତ୍ତାରେ ସୁଧାର ପାଇଁ କେବଳ ଦିଲ୍ଲୀରେ ଲକଡାଉନ୍‌ ଲାଗୁ ସୀମିତ ପ୍ରଭାବ ଅନୁଭୁତ ହେବ। ତେବେ ଏହା ସମଗ୍ର ଏନ୍‌ସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗୁ କରାଗଲେ ସୁଫଳ ମିଳି ପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବାୟୁ ପ୍ରଦୂଷଣ ନେଇ ସରକାର ମଧ୍ୟ ଚିନ୍ତିତ ଏବଂ ଉପଯୋଗୀ ବ୍ୟତ୍ସ୍ତା ଉପରେ ଗୁରୁତ୍ୱାରୋପ କରୁଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

Share