Categories: ଜାତୀୟ

ଶିଳ୍ପପତିଙ୍କ ଋଣ ଛାଡ କରୁଛନ୍ତି ସରକାର, ହେଲେ କୃଷକଙ୍କ ଋଣ ହେଉନି ଛାଡ…

ଲକ୍ଷ୍ନୌ,୧୯।୧୨ : ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଭାଜପା ସରକାରଙ୍କ ଭୁଲ ନୀତି ଯୋଗୁଁ ସମସ୍ତେ କଷ୍ଟ ପାଉଛନ୍ତି। କେନ୍ଦ୍ର ସରକାର ୧୦ଲକ୍ଷ କୋଟିରୁ ଅଧିକ ଶିଳ୍ପପତିଙ୍କ ଋଣ ଛାଡ କରିଥିଲେ ମଧ୍ୟ କୃଷକଙ୍କ ଋଣ ଛାଡ କର ିନାହାନ୍ତି। ଜନସାଧାରଣ ଭାଜପା ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ପରିବର୍ତ୍ତନ ଚାହୁଁଛନ୍ତି। ଲୋକସଭା ନିର୍ବାଚନରେ ଲୋକମାନେ ଭାଜପାକୁ କ୍ଷମତାରୁ ହଟାଇବେ।

ସେ କହିଛନ୍ତି ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ଶିଖରରେ ରହିଛି। ଭାଜପାର ଆର୍ଥିକ ନୀତି ବିଫଳ ହୋଇଛି। ବିମୁଦ୍ରୀକରଣର ତ୍ରୁଟି ମଧ୍ୟ ସାମ୍ନାକୁ ଆସିଛି। କଳା ଟଙ୍କା ଏବଂ ଦୁର୍ନୀତି ବୃଦ୍ଧି ପାଉଛି। ଖାବରିଆ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ଅଖିଳେଶ ଯାଦବ କହିଛନ୍ତି ଭାଜପା ସରକାର ସରକାରୀ ଅନୁସନ୍ଧାନକାରୀ ସଂସ୍ଥାର ଅପବ୍ୟବହାର କରୁଛନ୍ତି। କ୍ଷମତାର ଅପବ୍ୟବହାର ପାଇଁ ଜନସାଧାରଣ ଭାଜପାକୁ ଦଣ୍ଡ ଦେବେ।

ୟୁପିର ସମସ୍ତ ୮୦ ଟି ଆସନରେ ଭାଜପାକୁ ପରାସ୍ତ କରିବାକୁ ଏସପି ରଣନୀତି ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ମନ୍ତ୍ରୀ ୟୁପିରୁ ଆସିଛନ୍ତି, କିନ୍ତୁ ଭାଜପା ସରକାର ରାଜ୍ୟବାସୀଙ୍କ ପାଇଁ କୌଣସି କାମ କରିନାହାନ୍ତି। କେନ୍ଦ୍ର ସରକାର ୟୁପି ପ୍ରତି ବୈମାତୃିକ ମନୋଭାବ ପୋଷଣ କରିଛନ୍ତି।

ଭାଜପାର ଭୁଲ ନୀତି ଯୋଗୁଁ ଯୁବବର୍ଗମାନେ ଛଟେଇ ହୋଇଛନ୍ତି। ଭାଜପା ଷଡଯନ୍ତ୍ର ଯୋଗୁ ଏସପି ନେତାମାନେ ମିଥ୍ୟା ମାମଲାରେ ଜଡିତ ଅଛନ୍ତି। ମହମ୍ମଦ ଆଜାମ ଖାନଙ୍କ ବିରୋଧରେ ମିଥ୍ୟା ମାମଲା ଦାୟର କରାଯାଇଥିଲା। ଏସବୁ କରି ଭାଜପା ଏସପିଙ୍କୁ ଦୁର୍ବଳ କରିବାକୁ ଚାହୁଁଛି କିନ୍ତୁ ଏଥିରେ ସଫଳ ହେବ ନାହିଁ। କୋର୍ଟ ଉପରେ ଆମର ବିଶ୍ୱାସ ଅଛି । ଆଜାମ ଖାନ ଏବଂ ଏସପି ବିଧାୟକ, ପୂର୍ବତନ ବିଧାୟକ ସଭିଏଁ ନ୍ୟାୟ ପାଇବେ।

Share