Categories: ଜାତୀୟ

ଆଇନରେ ପରିଣତ ହେଲା ମହିଳା ବିଲ୍‌

ନୂଆଦିଲ୍ଲୀ,୨୯।୯: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ବିଲ ଆଇନରେ ପରିଣତ ହୋଇଛି। ଏ ସମ୍ପର୍କରେ ଭାରତ ସରକାର ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ଦସ୍ତଖତ ପରେ ଗୁରୁବାର ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ଚଳିତ ମାସ ଆରମ୍ଭରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ଏହା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍‌ ଭାବେ ସଂସଦରେ ଉପସ୍ଥାପନ କରାଯାଇଥିଲା।

Share